Latest Odisha News

BREAKING NEWS

କଟକଣା ସତ୍ତ୍ୱେ ଖୋଲାଥିଲା ରାଜଧାନର ଏହି ସ୍କୁଲ; ସିଲ କଲା ବିଏମସି

ଭୁବନେଶ୍ୱର: କୋଭିଡ ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖାଯାଇଛି। ଅନଲାଇନର୍ବ ଚାଲିଛି ପାଠପଢା। ମାତ୍ର ସରକାରଙ୍କ ଏହି ନିର୍ଦେଶକୁ ଅବମାନନା କରି ବିଦ୍ୟାଳୟ ଖୋଲିଛନ୍ତି ଚିନ୍ତାମଣିଶ୍ବରସ୍ଥିତ ସାଇ ସରସ୍ବତୀ ଶିଶୁ ମନ୍ଦିର ସ୍କୁଲ କର୍ତ୍ତୃପକ୍ଷ।

ଖାଲି ଯେ ସ୍କୁଲ ଖୋଲିଛନ୍ତି ତାହା ନୁହେଁ, ଏହାସହ ସ୍କୁଲ୍ରେ ପରୀକ୍ଷା ମଧ୍ୟ କରାଯାଉଥିବା ସୂଚନା ମିଳିଛି। ଏହା ଜାଣିବା ପରେ ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍‌ ପକ୍ଷରୁ ସ୍କୁଲ୍ କୁ ସିଲ୍‌ କରାଯାଇଛି।

ବିଏମ୍‌ସିର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଭୁବନେଶ୍ୱରର ଚିନ୍ତାମଣିଶ୍ବର ଲେନ୍‌-୬ରେ ଥିବା ସାଇ ସରସ୍ବତୀ ଶିଶୁ ମନ୍ଦିର ରାଜ୍ୟ ସରକାରଙ୍କ କୋଭିଡ୍‌ କଟକଣାକୁ ଉଲ୍ଲଂଘନ କରି ସ୍କୁଲ ଖୋଲିଥିଲା।ପାଖାପାଖି ୩୦ଜଣ ଛାତ୍ରଛାତ୍ରୀ ଗୋଟିଏ କ୍ଲାସ ମଧ୍ୟରେ ବସି ପରୀକ୍ଷା ଦେଉଥିଲେ। ନା ଥିଲା ସାମାଜିକ ଦୂରତା। ତେଣୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ତାଗିଦ୍‌ କରି ଆଗାମୀ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପର୍ଯ୍ୟନ୍ତ ସ୍କୁଲ୍‌କୁ ସିଲ୍‌ କରାଯାଇଛି। ଏହାସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତୁରନ୍ତ ଏହା ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

Comments are closed.