ଭୁବନେଶ୍ୱର: ଉଡ଼ାନ ତରଫରୁ ଏକ ରାଜ୍ୟସ୍ତରୀୟ “ଅନ୍ତର୍ଜାତୀୟ ମହିଳା ଦିବସ ସମ୍ମିଳନୀ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ମହିଳା ଦିବସର ବିଷୟବସ୍ତୁ ‘ଆସନ୍ତା କାଲି ପାଇଁ ସ୍ଥାୟୀ ଲିଙ୍ଗ ସମାନତା’ ଉପରେ ଆଧାରିତ ।
ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୩୦୦ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ବିଶିଷ୍ଟ ବ୍ୟକ୍ତି ଏବଂ ଅତିଥି ଏହି ପ୍ରସଙ୍ଗରେ ବକ୍ତବ୍ୟ ରଖିବା ସହ ମହିଳାମାନେ ସମ୍ମୁଖୀନ୍ନ ହେଉଥିବା ବିଭିନ୍ନ ପ୍ରସଙ୍ଗରେ ଖୋଲାଗୃହ ବିତର୍କ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନୃତ୍ୟଜ୍ୟୋତି ଦଳ, କଟକ ଦ୍ୱାରା ବିଷୟବସ୍ତୁ ଆଧାରିତ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ।
ଓଡ଼ିଶା ପୋଲିସର ପ୍ରଥମ ମହିଳା ତଥା ଡା. ଅନୁ ବଂଶଲ ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ରାଜନୀତି ବିଜ୍ଞାନର ପୂର୍ବତନ ପ୍ରଫେସର ତଥା ଉକ୍ରଳ ବିଶ୍ୱବିଦ୍ୟାଳୟ ମହିଳା ଅଧ୍ୟୟନର ପ୍ରତିଷ୍ଠା ନିର୍ଦ୍ଦେଶକ ପ୍ରଫେସର ଆଶା ହଂଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଅରୁଣ କୁମାର ବୋଥ୍ରା, ଆଇପିଏସ, ରାଜ୍ୟ ପରିବହନ କମିଶନର ସ୍ୱତନ୍ତ୍ର ଅତିଥିଭାବେ ଯୋଗ ଦେଇଥିଲେ । ରେଖା ଲୋହାନୀ, ଆଇପିଏସ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ମହିଳା ଓ ଶିଶୁ ଅପରାଧ ଶାଖା, ଓଡ଼ିଶା, ଅରବିନ୍ଦ ଅଗ୍ରୱାଲ, ଆଇଏଏସ, ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶକ, ଓଡ଼ିଶା ଏବଂ ଡ ମନିକା ନେଲସନ, ମୁଖ୍ୟ କ୍ଷେତ୍ର ଅଧିକାରୀ, ୟୁନିସେଫ, ଓଡ଼ିଶା ସମ୍ମାନୀୟ ଅତିଥିଭାବେ ଯୋଗ ଦେଇଥିଲେ ।
ଉଡ଼ାନ ଏକ ଅଣଲାଭ କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥା ଯାହାକି ମହିଳା ଏବଂ ଶିଶୁଙ୍କ ଉନ୍ନତି ପାଇଁ ଉଦ୍ୟମ କରିବା ସହିତ ତୃଣମୂଳ ସ୍ତରରେ ପରିବେଶ ହସ୍ତକ୍ଷେପ ମାଧ୍ୟମରେ ପୃଥିବୀର ସ୍ଥାୟୀ ବିକାଶ ପାଇଁ କାର୍ଯ୍ୟ କରେ ।
ଟ୍ରଷ୍ଟ ସଦସ୍ୟବୃନ୍ଦ ଯଥା ସୁଧୀର ଦାସ, ଆଇନଜୀବୀ ଲଳିତ ମିଶ୍ର, ପ୍ରକାଶ ପଙ୍ଗାଲିଆ, ଡ. ନିରଞ୍ଜନ ସାହୁ ଏବଂ ସ୍ୱେଚ୍ଛାସେବୀ ରିତା ମିଶ୍ର, ଦୀପା ନଙ୍ଗାଲିଆ ଓ ମଧୁସ୍ମିତା ମିଶ୍ର ମଞ୍ଚରେ ଉପସ୍ଥିତ ଥିଲେ ।
ଉଡ଼ାନର ମଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗୀତା ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Comments are closed.