Latest Odisha News

ଅକ୍ଟୋବରରୁ ଆରମ୍ଭ ହେବ ବ୍ୟାଘ୍ର ଗଣନା, ଦେଢ ମାସ ଧରି ଚାଲିବ ଗଣନା

ଭୁବନେଶ୍ଵର: ଆସନ୍ତା ଅକ୍ଟୋବର ମାସରୁ ରାଜ୍ୟରେ ଆରମ୍ଭ ହେବ ବ୍ୟାଘ୍ର ଗଣନା । ଏନେଇ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାଘ ସନ୍ଧାନ ମିଳିଥିବା ରାଜ୍ୟର ବିଭିନ୍ନ ଜଙ୍ଗଲରେ କ୍ୟାମେରା ଦ୍ୱାରା ବ୍ୟାଘ୍ର ଗଣନା କରାଯିବ। ଏହାର ରିପୋର୍ଟ ଆସନ୍ତା ଜାନୁୟାରୀ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ।

ସୂଚନା ଅନୁଯାୟୀ, ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଟ୍ରାଞ୍ଜାକ୍ଟ ଆନାଲିସିସରେ ପାଦ ଚିହ୍ନ, ସ୍କ୍ରାଚ ମାର୍କ ଆଦି ଆଧାରରେ ବାଘ ଗଣନା କରାଯିବ। CCTV କ୍ୟାମେରା ଟ୍ରାପ୍ ଜରିଆରେ ବାଘର ଚଳପ୍ରଚଳକୁ କଏଦ କରାଯିବ। ପ୍ରାୟ ଦେଢ଼ ମାସ ଧରି ଚାଲିବ ବାଘ ଗଣନା। ସେହିପରି ୨୦୨୪ ମେ’ରୁ ହାତୀ ଗଣନା ହେବ ବୋଲି ବନ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏଥିପାଇଁ ଆସନ୍ତା ୧୫ ତାରିଖରୁ ଗଣନାକାରୀଙ୍କୁ ଆବଶ୍ୟକ ତାଲିମ ପ୍ରଦାନ ଆରମ୍ଭ ହେବ।

NTCA ରିପୋର୍ଟ ଅନୁସାରେ, ୨୦୦୬ରେ ରାଜ୍ୟରେ ୪୫ଟି ବାଘ ଥିଲା ବେଳେ ୨୦୧୦ରେ ସଂଖ୍ୟା ୩୨ରେ ପହଞ୍ଚିଥିଲା । ୨୦୧୪ ଓ ୨୦୧୮ରେ ୨୮କୁ ହ୍ରାସ ପାଇଛି ବାଘ ସଂଖ୍ୟା। ସେହିପରି ରାଜ୍ୟ ସରକାରଙ୍କ ନିଜସ୍ୱ ବାଘ ଗଣନା ଅନୁଯାୟୀ, ୨୦୦୪ରେ ରାଜ୍ୟରେ ୧୯୨ଟି ବାଘ ଥିଲା ବେଳେ ୨୦୧୬ରେ ଏହି ସଂଖ୍ୟା ୪୦କୁ କମିଛି ।

Comments are closed.