Latest Odisha News

ବାପା ହେଲେ ବୁମରାହ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଯଶପ୍ରୀତ ବୁମରାହ ରବିବାର ଏସିଆ କପରେ ନେପାଳ ବିପକ୍ଷ ମ୍ୟାଚ ପୂର୍ବରୁ ହଠାତ ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । ସୋମବାର ଏହାର କାରଣ ଜଣାପଡିଛି । ବୁମରାହ ବାପା ଓ ପତ୍ନୀ ସଞ୍ଜନା ଗଣେଶନ ମାଆ ହେବାର ସୌଭାଗ୍ୟ ହୋଇଛନ୍ତି । ବୁମରାହ ଏହି ଖୁସି ଖବର ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଆଜି ସକାଳେ ଆମେ ଆମର କୁନି ପୁତ୍ର ଅଙ୍ଗଦକୁ ସ୍ୱାଗତ କରିଛୁ । ବହୁତ ଖୁସି ଅଛୁ । ଏହି ଛୋଟ ପରିବାର ଏବେ ମୋର ବୋଲି ବୁମରାହ କହିଛନ୍ତି । ବୁମରାହ ଏସିଆ କପ ସୁପର ୪ ଷ୍ଟେଜ ପୂର୍ବରୁ ଶ୍ରୀଲଙ୍କା ପ୍ରତ୍ୟାବର୍ତନ କରିବେ ।

୧୩ ମାସ ଆଘାତପ୍ରାପ୍ତ ରହିବା ପରେ ସେ ଅଗଷ୍ଟରେ ଆନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତନ କରିଥିଲେ । ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ବୁମରାହଙ୍କ ନେତୃତ୍ୱରେ ଭାରତ ସିରିଜ ଜିତିଥିଲା । ବୁମରାହଙ୍କ ପତ୍ନୀ ସଞ୍ଜାନ ବିଟେକ କରିବା ପରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରିଥିଲେ । ୨୦୧୪ ମିସ ଇଣ୍ଡିଆ ଫାଇନାଲିଷ୍ଟ ରହିଥିବା ସଞ୍ଜନା ସ୍ପୋର୍ଟ୍ସ ଆଙ୍କର ଭାବେ କ୍ୟାରିୟର କରିବାକୁ ଚାହୁଁଛନ୍ତି ।

Leave A Reply

Your email address will not be published.