Latest Odisha News

BREAKING NEWS

ରିଲିଜ୍ ହୋଇଛି ଫିଲ୍ମ ‘ପୁଷ୍କରା’ର ଟ୍ରେଲର, ଚଳଚ୍ଚିତ୍ର ସଫଳତା ନେଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ସବ୍ୟସାଚୀ

ପୁରୀ: ଆଧୁନିକ ସମାଜ ମଧ୍ୟରେ ଅନେକ ପରମ୍ପରା ଏବେ ବିଲୁପ୍ତ ହେବାରେ ଲାଗିଛି । ଜଣେ ବ୍ୟକ୍ତି ମୃତ୍ୟୁବରଣ କଲେ ପୁଷ୍କର ଛଡାଇବା ପାଇଁ ଜଣେ ପୁଷ୍କରାର ଆବଶ୍ୟକ ପଡିଥାଏ । ଯାହାକୁ ପୁରୀ ଲୋକକଥାରେ ଭୈରବ ବୋଲି କୁହାଯାଇଥାଏ । ବିଭିନ୍ନ  ସ୍ଥାନରେ ଭିନ୍ନଭିନ୍ନ ନାମରେ ପୁଷ୍କରାକୁ ନାମିତ କରାଯାଇଛି । ତେବେ ପୁରୀର ସେହି କୌଳିକ ବୃତ୍ତିକୁ ନେଇ ନିର୍ମିତ ହୋଇଥିବା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍କରା’ର ଟ୍ରେଲର ରିଲିଜ ହୋଇଛି । ଆସନ୍ତା ଗଣେଷ ପୂଜାରେ ଫିଲ୍ମଟି ମୁକ୍ତିଳାଭ କରିବ । ଏହା ପୂର୍ବରୁ ଗତକାଲି ଏହି ଫିଲ୍ମର ଟ୍ରଲର ରିଲିଜ ହୋଇଛି । ଟ୍ରଲର ରିଲିଜ୍ ପରେ ଚଳଚ୍ଚିତ୍ରକୁ ମହାପ୍ରଭୁଙ୍କ ଉଦେଶ୍ୟରେ ସମର୍ପଣ କରା ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପୁରା ଟିମ୍।

ଓଡିଶାର ସିନେ ପ୍ରେମୀଙ୍କ ପାଇଁ ଏକ ନୂତନ କାହାଣୀକୁ ନେଇ ଓଡିଆ ଚଳଚିତ୍ର ପୁଷ୍କରା ମୁକ୍ତିଲାଭ କରିବାକୁ ଯାଉଛି । ତେବେ ଚଳଚ୍ଚିତ୍ର ରିଲିଜ ହେବା ପୂର୍ବରୁ ଗତକାଲି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଚଳଚ୍ଚିତ୍ରର ଟ୍ରେଲର ମୁକ୍ତିଲାଭ କରିଛି । ଟ୍ରଲର ରିଲିଜ୍ ପରେ ଚଳଚ୍ଚିତ୍ରକୁ ମହାପ୍ରଭୁଙ୍କ ଉଦେଶ୍ୟରେ ସମର୍ପଣ କରି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପୁରା ଟିମ୍ । ଏହି ସମୟରେ ଚଳଚ୍ଚିତ୍ରର ଅଭିନେତା ସବ୍ୟସାଚ୍ଚି ମହାପାତ୍ର ,ବରିଷ୍ଠ କଳାକାର ଚୈଧୁରୀ ବିକାଶ ଦାସଙ୍କ ସହ ଚଳଚ୍ଚିତ୍ରର  ଅଭିନେତ୍ରୀ , ଅନ୍ୟକଳାକାର , ନିର୍ଦ୍ଦେଶକ , ପ୍ରଯୋଜକ ପ୍ରମୁଖ ଉପସ୍ଥିତ ରହି ଚଳଚ୍ଚିତ୍ରର ସଫଳତା କାମନା କରିଛନ୍ତି । ଏହି ଅବସରରେ ଶ୍ରୀମନ୍ଦିରର ଛତିଶା ନିଯୋଗ ନାୟକ ଜନାର୍ଦ୍ଧନ ପାଟଯୋଶି ମହାପାତ୍ରଙ୍କ ସହ ପୁରୀ ସାତସାହି ଆଖଡାର ମୁରବୀ ମାନେ ଯୋଗଦାନ କରିଥିଲେ । ଏହି ଅବସରରେ ପୁରୀର ପାରମ୍ପରିକ ସମରକଳା ନାଗାମେଢ ନୃତ୍ୟ ପ୍ରଦଶିତ ହେବା ସହ, ନୃତ୍ୟ ଗୁରୁ ନାରାୟଣ ପାଣ୍ଡେଙ୍କ୍ ତତ୍ୱାବଧାନରେ  ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ

ଚଳଚ୍ଚିତ୍ର ପୁଷ୍କରା ଏକ ନୂଆ ଧରଣର ଚଳଚ୍ଚିତ୍ର । ଯାହା ବାସ୍ତବ ସମାଜର ସତ୍ୟ କାହାଣୀକୁ ନେଇ ଆଧାରିତ । ପୁରୀର ସମାଜିକ ଚଳଣି ସହ ଚଳଚ୍ଚିତ୍ର ପୁଷ୍କରାର ସମ୍ପର୍କ ରହିଛି । ପ୍ରସିଦ୍ଧ ଲେଖକ ତଥା ପୁରୀବାସିନ୍ଦା ଶଙ୍କର  ତ୍ରିପାଠୀଙ୍କ ଉପନ୍ୟାସ ‘ନାଦବିନ୍ଦୁ’ରେ  ଏପରି ପରମ୍ପରା ସମ୍ପର୍କରେ ଉଲ୍ଲଖ ରହିଛି । ଯାହାର ନାମ ହେଉଛି ପୁଷ୍କରା । ଚଳଚ୍ଚିତ୍ରଟି ପୁରୀର ବିଭିନ୍ନ ସ୍ଥାନରେ ସୁଟଂ ହୋଇଛି । ତେଣୁ  ଚଳଚ୍ଚିତ୍ରର ସଫଳ କାମନା କରି ମହାପ୍ରଭୁଙ୍କ ନିକଟରେ ଚଳଚ୍ଚିତ୍ରର ଟିଜର ରିଲିଜ କରାଯାଇଛି । ଚଳଚ୍ଚିତ୍ରଟି ଆସନ୍ତା ଗଶେଷ ପୂଜାରେ ରାଜ୍ୟର ବିଭିନ୍ନ ସିନେମା ହଲରେ ମୁକ୍ତିଲାଭ କରିବ ବୋଲି ଅଭିନେତା ସବ୍ୟସାଚ୍ଚି ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.