Latest Odisha News

BREAKING NEWS

ପାଗ ବଦଳୁଛି, ଭାରତ-ପାକ ମ୍ୟାଚ ହେବା ନେଇ ସଂଚାର ହେଲା ଆଶା

କାଣ୍ଡି: ଚଳିତ ଏସିଆ କପ କ୍ରିକେଟରେ ଶନିବାର ଭାରତ-ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକିବାଲା ଖେଳାଯିବ । ତେବେ ଏହି ମ୍ୟାଚରେ ବର୍ଷା ବାଧକ ସାଜିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ସକାଳୁ ପାଗ ଅପେକ୍ଷାକୃତ ଭଲ ଥିବାରୁ ମ୍ୟାଚ ହେବା ନେଇ ଆଶା ସଂଚାର ହୋଇଛି । ମେଘୁଆ ପାଗ ଥିଲେ ମଧ୍ୟ ବର୍ଷା ହୋଇ ନାହିଁ । ତେବେ ସନ୍ଧ୍ୟା ବେଳେ ବର୍ଷା ହେବା ଆଶଙ୍କା ଏବେ ବି ରହିଛି । ପ୍ରଶଂସକମାନେ ଦୀର୍ଘ ଦିନ ପରେ ଭାରତ-ପାକ ମ୍ୟାଚ ଦେଖିବା ନେଇ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ଭାରତ ବ୍ୟାଟିଂ ଲାଇନ ଅପରେ ଶକ୍ତିଶାଳୀ ରହିଥିବା ବେଳେ ପାକିସ୍ତାନ ବୋଲର ସେମାନଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।

ବିରାଟ କୋହଲି ଓ ବାବର ଆଜମଙ୍କ ବ୍ୟାଟିଂ ଦେଖିବା ନେଇ ମଧ୍ୟ ପ୍ରଶଂସକମାନେ ଆଗ୍ରହୀ ଅଛନ୍ତି । ଏହି ଅବସରରେ କୋହଲି ସହ ତାଙ୍କ ତୁଳନା ନେଇ ବାବର କହିଛନ୍ତି, ସେ ମୋଠାରୁ ସିନିୟର । ମୁଁ ତାଙ୍କଠାରୁ ଅନେକ କଥା ଶିଖିଛି । ଗତକାଲି ଉଭୟ ଦେଶର ଖେଳାଳିମାନେ ପରସ୍ପରକୁ ଆନ୍ତରିକତା ସହ ଭେଟିଥିଲେ । ଏ ସବୁ ସତ୍ୱେ ଏବେ ସାରା ବିଶ୍ୱର କ୍ରିକେଟପ୍ରେମୀ ବର୍ଷା ନ ହେବା ପାଇଁ ଅପେକ୍ଷା କରି ବସିଛନ୍ତି ।

Leave A Reply

Your email address will not be published.