Latest Odisha News

ତାଳଚେର ସାର କାରଖାନାରେ ୟୁରିଆ ଉତ୍ପାଦନ ପାଇଁ ସ୍ୱତନ୍ତ୍ର ସବସିଡ଼ି ପଲିସିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ 

ନୂଆଦିଲ୍ଲୀ: ତାଳଚେର ସାର କାରଖାନାରେ ୟୁରିଆ ଉତ୍ପାଦନ ପାଇଁ ସ୍ୱତନ୍ତ୍ର ସବସିଡ଼ି ପଲିସିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ଆତ୍ମନିର୍ଭର ଭାରତ ପୂରଣ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ତାଳଚେର ସାର କାରଖାନା (ଟିଏଫଏଲ)ରେ କୋଲ ଗ୍ୟାସିଫିକେସନ ମାଧ୍ୟମରେ ୟୁରିଆ ଉତ୍ପାଦନ କରିବା ପାଇଁ ସ୍ୱତନ୍ତ୍ର ସବସିଡ଼ି ପଲିସିକୁ ଅନୁମୋଦନ ଦେଇଛନ୍ତି ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଲେଖିଛନ୍ତି, ଏହି ଐତିହାସିକ ନିଷ୍ପତ୍ତି ଆମର ଘରୋଇ ୟୁରିଆ କ୍ଷେତ୍ରରେ ବୈଶ୍ୱିକ ପ୍ରତିଯୋଗିତାକୁ ଅଧିକ ପ୍ରୋତ୍ସାହନ ଦେବା ସହ ପରିବେଶ ସହଯୋଗୀ ସ୍ୱଦେଶୀ ୟୁରିଆ ଉତ୍ପାଦନକୁ ଗତି ଦେବ ଏବଂ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି) ୟୁରିଆ ଆମଦାନୀକୁ ହ୍ରାସ କରିବ । ଆଜିର ଏହି ନିଷ୍ପତ୍ତି ଚାଷୀ ଭାଇଙ୍କ ପାଇଁ ସାରର ଉପଲବ୍ଧିକୁ ବୃଦ୍ଧି କରିବାରେ ଗେମ-ଚେଞ୍ଜର ହେବ ସହିତ ପୂର୍ବ ଭାରତରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ବିହାର ଭଳି ରାଜ୍ୟମାନଙ୍କରେ ସାମାଜିକ-ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ ।

Comments are closed.