Latest Odisha News

BREAKING NEWS

୫୦୦ବର୍ଷର ବିବାଦ ପରେ ଏଥର ଅଯୋଧ୍ୟାରେ ରାମଲାଲାଙ୍କ ରାଜୁତି

ଅଯୋଧ୍ୟା: ୫୦୦ ବର୍ଷର ବିବାଦର ଅନ୍ତ ଘଟିବାକୁ ଯାଉଛି । ଅଯୋଧ୍ୟା ଓ ଭାରତବାସୀଙ୍କ ସମ୍ମାନର ମୂଲ୍ୟ ମିଳିବ । ଏଠାରେ ରାମଲାଲାଙ୍କ ରାଜୁତି ହେବ । ରାମମନ୍ଦିରରେ ନିର୍ମାଣ କ୍ଷେତ୍ରରେ ସମସ୍ତଙ୍କ ଭୂମିକା ରହିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କଂଗ୍ରେସ ଓ ପରେ ବିଜେପି ଏହି ବିବାଦର ଅନ୍ତ ଘଟାଇଛନ୍ତି । ଆସନ୍ତୁ ଜାଣିବା ବିବାଦର କାହାଣୀ ।
୧୫୨୮: ରାମଙ୍କ ଜନ୍ମଭୂମିରେ ବାବର ଏକ ମସଜିଦ ନିର୍ମାଣ କରିଥିଲେ । ଏହାଠାରୁ ବିବାଦ ଆରମ୍ଭ ହୋଇଥିଲା ।
୧୮୫୩: ପ୍ରଥମ ଥର ଉଭୟ ଧାର୍ମିକ ଗୋÂୀ ମଧ୍ୟରେ ଏ ନେଇ ସଂଘର୍ଷ ଘଟିଲା ।
୧୮୫୯: ବ୍ରିଟିଶ ସରକାର ତାର ବାଡ ପକାଇ ଉଭୟ ଧର୍ମର ଲୋକଙ୍କୁ ପୂଜା କରିବା ପାଇଁ ଅନୁମତି ଦେଇଥିଲେ ।
୧୮୮୫: ପ୍ରଥମ ଥର ପାଇଁ ବିବାଦ ଅଦାଲତରେ ପହଂଚିଲା ।
ମହନ୍ତ ରଘୁବର ଦାସ ଫୈଜାବାଦରେ ରାମ ମନ୍ଦିର ନିର୍ମାଣ ପାଇଁ ଅନୁମତି ମାଗିଲେ ।

୨୩ ଡିସେମ୍ବର, ୧୯୪୯: ୫୦ ହିନ୍ଦୁ ମସଜିଦର କେନ୍ଦ୍ରୀୟ ସ୍ଥଳୀରେ ଭଗବାନ ରାମଲାଲଙ୍କ ମୂର୍ତି ରଖି ପୂଜା ଆରମ୍ଭ କଲେ ।
୧୬ ଜାନୁୟାରୀ, ୧୯୫୦: ଗୋପାଳ ସିଂ ବିଶାରଦ ରାମଲାଲାଙ୍କ ପୂଜାର୍ଚ୍ଚାନା ପାଇଁ କୋର୍ଟଙ୍କୁ ଅନୁମତି ମାଗିଲେ ।
୫ ଡିସେମ୍ବର ୧୯୫୦: ମହନ୍ତ ରାମଚନ୍ଦ୍ର ଦାସ ପୁର୍ନବାର ମୋକଦ୍ଦମା ଦାୟର କରି ବାବରୀ ମସଜିଦ ହଟାଇବା ସହ ରାମଙ୍କ ମୂର୍ତି ରଖିବା ପାଇଁ ଅନୁମତି ମାଗିଲେ ।
୧୭ ଡିସେମ୍ବର ୧୯୫୯: ନିର୍ମୋହୀ ଆଖଡା ବିବାଦୀୟ ସ୍ଥଳୀକୁ ହସ୍ତାନ୍ତର କରିବା ପାଇଁ ମୋକଦ୍ଦମା କଲେ ।
୧୮ ଡିସେମ୍ବର ୧୯୬୧: ଉତରପ୍ରଦେଶ ସୁନ୍ନୀ ୱାକଫ ବୋର୍ଡ ବାବରୀ ମସଜିଦ ମାଲିକାନା ହକ ମାଗିଲା ।

୧୯୮୪: ବିଶ୍ୱ ହିନ୍ଦୁ ପରିଷଦ ବାବରୀ ମସଜିଦ ତାଲା ଖୋଲିବା ଏବଂ ବିଶାଳ ମନ୍ଦିର ନିର୍ମାଣ ନେଇ ଅଭିଯାନ ଆରମ୍ଭ କଲା ।
୧ ଫେବୃୟାରୀ ୧୯୮୬: ଫୈଜାବାଦ ଜିଲା ନ୍ୟାୟଧୀଶ ବିବାଦୀୟ ସ୍ଥଳୀରେ ହିନ୍ଦୁମାନଙ୍କୁ ପୂଜା କରିବା ପାଇଁ ଅନୁମତି ଦେଲେ । ମୁସଲମାନ ମାନେ ମସଜିଦ ଆକ୍ସନ କମିଟି ଗଠନ କଲେ ।
ଜୁନ ୧୯୮୯: ଭାରତୀୟ ଜନତା ପାର୍ଟି ଭିଏଚପିକୁ ଔପଚାରିକ ସମର୍ଥନ ଦେଲା ।
୧ ଜୁଲାଇ ୧୯୮୯:ଭଗବାନ ରାମଲାଲା ବିରାଜମାନ ନାମରେ ୫ମ ମୋକଦ୍ଦମା ଦାଖଲ କରାଗଲା ।
୯ ନଭେମ୍ବର ୧୯୮୯: ସେ ସମୟର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ବାବରୀ ମସଜିଦ ପାଖରେ ଶିଳାନ୍ୟାସ ପାଇଁ ଅନୁମତି ଦେଲେ ।

୨୫ ସେପ୍ଟେମ୍ବର ୧୯୯୦: ବିଜେପି ଅଧ୍ୟକ୍ଷ ଲାଲକୃଷ୍ଣ ଆଡଭାନୀ ଗୁଜରାଟରୁ ସୋମନାଥରୁ ଉତରପ୍ରଦେଶର ଅଯୋଧ୍ୟା ପର୍ଯ୍ୟନ୍ତ ରଥଯାତ୍ରା ବାହାର କରିଲେ । ଏହା ପରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହେଲା ।
ନଭେମ୍ବର ୧୯୯୦: ବିହାର ସମସ୍ତୀପୁରରେ ଆଡଭାନୀଙ୍କୁ ଗିରଫ କରାଗଲା । ବିଜେପି ଭିପି ସିଂଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଲା ।
ଅକ୍ଟୋବର ୧୯୯୧: ଉତରପ୍ରଦେଶରେ କଲ୍ୟାଣ ସିଂ ସରକାର ବାବରୀ ମସଜିଦ ପାଖର ୨.୭୭ ଏକର ଜମି ଦଖଲ କରି ନେଲେ ।
୬ ଡିସେମ୍ବର ୧୯୯୨: ହଜାର ହଜାର କରସେବକ ଅଯୋଧ୍ୟା ପଂହଚି ବାବରୀ ମସଜିଦ ଭାଙ୍ଗିଦେଲେ ।
୧୬ ଡିସେମ୍ବର ୧୯୯୨: ମସଜିଦ ଭାଙ୍ଗିବା ଘଟଣାର ତଦନ୍ତ ପାଇଁ ଲିବ୍ରହାନ ଅୟୋଗର ଗଠନ ।
ଜାନୁୟାରୀ ୨୦୦୨: ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ବିବାଦର ସମାଧାନ ପାଇଁ ଅଯୋଧ୍ୟା ବିଭାଗ ଆରମ୍ଭ କଲେ ।
ଅପ୍ରେଲ ୨୦୦୨:ମାଲିକାନା ହକ ନେଇ ହାଇକୋର୍ଟରେ ଶୁଣାଣୀ ଆରମ୍ଭ ।
ମାର୍ଚ୍ଚ-ଅଗଷ୍ଟ ୨୦୦୩: ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶରେ ପ୍ରତ୍ନତତ୍ୱ ବିଭାଗ କାର୍ଯ୍ୟ ଆରମ୍ଭ କଲା । ମସଜିଦ ତଳେ ମନ୍ଦିରର ଅସ୍ତିତ୍ୱ ମିଳିଲା ।
ସେପ୍ଟେମ୍ବର ୨୦୦୩: ମସଜିଦ ଭାଙ୍ଗିବା ନେଇ ଉସକାଇଥିବା ସାତ ହିନ୍ଦୁ ନେତାଙ୍କୁ ସମନ ଜାରି ।
ଜୁଲାଇ ୨୦୦୯: ୧୭ ବର୍ଷ ପରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଲିବ୍ରହାନ କମିଟି ରିପୋର୍ଟ ଦାଖଲା କଲା ।
୨୮ ସେପ୍ଟମ୍ବର ୨୦୧୦: ମାନ୍ୟବର ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟର ବିବାଦୀୟ ମାମଲା ନିଷ୍ପତି ଶୁଣାଣି ଉପରେ ରୋକ ଆବେଦନକୁ ଖାରଜ କରିଲେ ।
୩୦ ସେପ୍ଟମ୍ବର ୨୦୧୦: ଆହ୍ଲାବାଦ ହାଇକୋର୍ଟ ଐତିହାସିକ ଶୁଣାଣୀ କରି ବିବାଦୀତ ଜମିକୁ ରାମ ମନ୍ଦିର, ସୁନ୍ନୀ ୱାକଫ ବୋର୍ଡ ଓ ନିର୍ମୋହୀ ଆଖଡା ନାମରେ ୩ ଭାଗରେ ଭାଗ କଲେ ।

୯ ମେ ୨୦୧୧:ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟ ନିଷ୍ପତି ଉପରେ ରୋକ ଲଗାଇଲେ ।
ଜୁଲାଇ ୨୦୧୬: ବାବରୀ ମସଜିଦ ମାମଲାରେ ସବୁଠାରୁ ବୟସ୍କ ସାକ୍ଷ୍ୟ ହାସିମ ଅଂଶାରୀଙ୍କ  ମୃତ୍ୟୁ ।
୨୧ ମାର୍ଚ୍ଚ ୨୦୧୭: ଆପୋଷ ବୁଝାମଣା ମାଧ୍ୟମରେ ବିବାଦ ତୁଟାଇବାକୁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ।
୧୯ ଏପ୍ରିଲ ୨୦୧୭: ସୁପ୍ରିମ କୋର୍ଟ ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀ, ଉମା ଭାରତୀଙ୍କ ସମେତ ବିଜେନି ଓ ଆରଏସଏସର କେତେକ ନେତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କଲେ ।

୨୦୧୯:ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ପାଂଚ ସଦସ୍ୟ ସମ୍ବିଧାନ ପୀଠର ଗଠନ କଲେ ।
୬ ଅଗଷ୍ଟ ୨୦୧୯: ସୁପ୍ରିମକୋର୍ଟରେ ପ୍ରତିଦିନ ଶୁଣାଣୀ ଆରମ୍ଭ ।
୧୬ ଅକ୍ଟୋବର ୨୦୧୯: ସୁପ୍ରିମକୋର୍ଟ ଶୁଣାଣୀ ସଂରକ୍ଷିତ ରଖିଲେ ।
୯ ନଭେମ୍ବର ୨୦୧୯: ସୁପ୍ରିମ କୋର୍ଟ ନିଷ୍ପତି ଶୁଣାଇ କହିଲେ ବିବାଦୀୟ ସ୍ଥଳରେ ରାମମନ୍ଦିର ହେବ । ମୁସଲିମ ପକ୍ଷକୁ ଅଲଗା ସ୍ଥାନରେ ଜମି ମିଳିବ ।

Comments are closed.