Latest Odisha News

BREAKING NEWS

କୋଭିଡ଼ କଟକଣାରେ ଚାଲିବ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: କୋଭିଡ଼ କଟକଣା ଭିତରେ ଚାଲିବ ବିଧାନସଭା । ଆସନ୍ତା ୧ତାରିଖରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ଦୃଷ୍ଟିରୁ ପୂର୍ବ ଅଧିବେଶନ ପରି କଟକଣା ଜାରି ରହିବ । ବିଧାନସଭା ସଦସ୍ୟମାନେ ଗୃହରେ ବସିବା ସହ ବାଚସ୍ପତି ଗ୍ୟାଲେରୀ, ପବ୍ଲିକ ଗ୍ୟାଲେରୀ, ଲୋକସେବା ଭବନରୁ ଯୋଗଦେଇପାରିବେ । ଏନେଇ ଆଜି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ବିଧାୟିକା, ସାମ୍ବାଦିକ, କର୍ମଚାରୀ, ପିଏସଓ, ଡ୍ରାଇଭରଙ୍କ ସହ ବିଧାନସଭା ଆସିବାକୁ ଥିବା ସମସ୍ତଙ୍କ ଆରଟିପିସିଆର ଓ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ସକାଳ ୮ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟେଷ୍ଟ କରାଯିବ । ୨୮,୨୯,୩୦ ତାରିଖ ଦିନ ଟେଷ୍ଟ କରାଯିବ । ଏନେଇ ସ୍ୱାସ୍ଥ୍ୟ ବିଭାଗର ସଚିବ ଓ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରାଯାଇଛି ।

ବିଏମସି ତରଫରୁ ମଧ୍ୟ ବିଧାନସଭାକୁ ପ୍ରତିଦିନ ବିଶୋଧନ କରାଯିବ । ବିଧାନସଭା କେତେ ସମୟ ଚାଲିବ ସେନେଇ ଆସନ୍ତା ୨୯ତାରିଖରେ ସର୍ବଦଳୀୟ ବୈଠକରେ ନିଷ୍ପତି ନିଆଯିବ ।

Leave A Reply

Your email address will not be published.