Latest Odisha News

ଥାନା ସମ୍ମୁଖରେ ମନ୍ଦିର, ଲକ୍ଷାଧିକ ଟଙ୍କା ଓ ଗହଣା ଧରି ଚମ୍ପଟ୍ ମାରିଲେ ଲୁଟେରା

ବରଗଡ: କରୋନା କଟକଣା କୋହଳ ହେବା ପରେ ଗଣେଶ ଚତୁର୍ଥୀଠାରୁ ଆରମ୍ଭ ହୋଇଛି ପାର୍ବଣ ଋତୁ । ଅନ୍ୟପଟେ ବରଗଡ ଜିଲ୍ଲାର ଏକ ମନ୍ଦିରରୁ ଚୋରି ମାମଲା ସାମ୍ନାକୁ ଆସିଛି । ଅତାବିରା ଦୁର୍ଗା ମନ୍ଦିରରେ ଚୋରି ମାମଲା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ଜିଲ୍ଲାରେ ଚୋରି, ଡକାୟତି ଓ ନିଶା କାରବାର ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ମନ୍ଦିରରୁ ଚୋରି ମାମଲା ଅଗଣିତ ଶ୍ରଦ୍ଧାଳୁଙ୍କୁ ମର୍ମାହତ କରିଛି । ମନ୍ଦିରର ଦାନ ବାକ୍ସ ସମେତ ଦେବୀ ଦୁର୍ଗାଙ୍କ ସୁନାର ମୁକୁଟ, ଛତ୍ର ଓ ସୁନା ଗହଣା ଚୋରି ହୋଇଥିବା ଜଣାପଡିଛି । ଚୋରି ସମୟର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି । ହାତରେ ପ୍ରମାଣ ଥିଲେ ହେଁ ପୋଲିସ ଅନ୍ଧାରରେ ବାଡି ବୁଲାଉଥିବା ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇଛି ।

ତେବେ ସବୁଠୁ ଚକିତକର ଘଟଣା ହେଉଛି ଅତାବିରା ଥାନା ସମ୍ମୁଖରେ ଦୁର୍ଗା ମନ୍ଦିର ଚୋରି କିପରି ହେଲା, ସେ ନେଇ ସ୍ଥାନୀୟ ଲୋକଙ୍କ ମନରେ ଅସରନ୍ତି ପ୍ରଶ୍ନ ଉଙ୍କି ମାରୁଛି ।

Leave A Reply

Your email address will not be published.