Latest Odisha News

BREAKING NEWS

ବୈଜ୍ଞାନିକମାନେ ଚେତାଇଲେ, ଉହାନ ପରି ୫୯ ପ୍ରଯୋଗଶାଳ ରହିଛି ବିଶ୍ୱରେ !

ନୂଆଦିଲ୍ଲୀ: ଚୀନର ଉହାନ ଲ୍ୟାବରୁ କରୋନା ମହାମାରୀ ବ୍ୟାପିଥିବା ଆଶଙ୍କା କରାଯାଉଛି । ଯଦି ଜୈବିକ ଅସ୍ତ୍ରଶସ୍ତୟ ନେଇ ସତରେ ଗବେଷଣା ଚାଲିଥାଏ ତାହାହେଲେ ଆଗାମୀ ଦିନରେ ଭୟଙ୍କର ରୂପ ଏହା ଧାରଣ କରିବ । ବ୍ରିଟେନରୁ ପ୍ରକାଶିତ ଫାଇନାନ୍ସିଆଲ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ଏବେ ବିଶ୍ୱରେ ଉହାନ ଭଳି ୫୯ ପ୍ରଯୋଗଶାଳ ରହିଛି । ଯେଉଁଥିରେ ଜୈବିକ ଗବେଷଣା କରାଯାଇଥାଏ । ବ୍ରିଟେନ, ଆମେରିକା, ଚୀନ, ଭାରତ ଓ ଆଇଭଳି କୋଷ୍ଟ ପରି ଅଂଚଳରେ ଏହି ଗବେଷଣା କେନ୍ଦ୍ର ରହିଛି ।

ଏହି ସବୁ ପ୍ରଯୋଗଶାଳା ଗୁଡିକ ଲେଭଲ ୪ ସୁରକ୍ଷା ବ୍ୟବସ୍ଥାରେ ଚାଲିଛି । କେବଳ ୪ଟି ଲ୍ୟାବରେ ଉଚ୍ଚସ୍ତରୀୟ ବ୍ୟବସ୍ଥା ରହିଛି । ପୂର୍ବରୁ ଅନେକ ଲ୍ୟାବରୁ ପଦାର୍ଥ ହଜିବା ଏବଂ ଲିକ ହେବା ଖବର ରହିଛି । ଭାଗ୍ୟ ଭଲ ଏଗୁଡିକ କରୋନା ମହାମାରୀ ଭଳି ବିପଦକୁ ଡାକି ନାହିଁ । ରିପୋର୍ଟ ମୁତାବକ ଆମେରିକାରେ ୨୧୯ ଥର ଏହା ଲିକ ହୋଇଛି । ଆମେ ଭଲ ଭାବେ ଜାଣିଛେ ସବୁ ଗବେଷଣା କେନ୍ଦ୍ରର ଉଦ୍ଦେଶ୍ୟ ମାନବଜାତିର କଲ୍ୟାଣ ପାଇଁ । ମାତ୍ର ଆବଶ୍ୟକ ପଡିଲେ ଏହା ଆମ ପାଇଁ ମାରାତ୍ମାକ ସାବ୍ୟସ୍ତ ହୋଇଥାଏ ।

Leave A Reply

Your email address will not be published.