Latest Odisha News

BREAKING NEWS

ଫିଫା ବିଶ୍ୱକପ: ବ୍ରାଜିଲ ପଛକୁ ଭାରତରେ ଅଧିକ ପ୍ରଶଂସକ

ନୂଆଦିଲ୍ଲୀ: ଚଳିତ ଫିଫା ବିଶ୍ୱକପରେ ଭାରତ ଖେଳୁ ନାହିଁ । ଅଥଚ ଭାରତରେ କିନ୍ତୁ ଫୁଟବଲ କ୍ରେଜ କମିନି । ଏକ ରିପୋର୍ଟ ମୁତାବକ ବ୍ରାଜିଲା ପରେ ଦ୍ୱିତୀୟ ସର୍ବାଧିକ ପ୍ରଶଂସକ ଭାରତରେ ରହିଛନ୍ତି । କ୍ରିଏଟର ଇଂଟେଲଜେନ୍ସି ପ୍ଲାଟଫର୍ମରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଫିଫା ବିଶ୍ୱକପ ଇନଷ୍ଟାଗ୍ରାମ ଆକାଂଉଟରେ ବ୍ରାଜିଲ ପ୍ରଥମ ଓ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । କ୍ରିଷ୍ଟିଆନ ରୋନାଲ୍ଡୋ, ଲିଓନେଲ ମେସୀଙ୍କ ପରି ଖେଳାଳିଙ୍କ କୋଟି କୋଟି ପ୍ରଶଂସକ ଭାରତରେ ରହିଛନ୍ତି ।

ଭାରତରେ ରୋନାଲ୍ଡୋଙ୍କ ୮.୧୩ କୋଟି ପ୍ରଶଂସକ ରହିଛନ୍ତି । ଏହା ପର୍ତୁଗାଲର ଜନସଂଖ୍ୟାଠାରୁ ଅଧିକ । ମେସୀଙ୍କ ଭାରତରେ କେବଳ ୫.୬୬ କୋଟି ଫଲୋର୍ସ ରହିଛନ୍ତି । ସବୁଠାରୁ ମଜାର କଥା ୩୫୦୦୦ରୁ ଅଧିକ ଭାରତୀୟ କଂଟେଟ କ୍ରିଏଟର ଫୁଟବଲ ସହ ଜଡିତ ପୋଷ୍ଟର ଓ ଭିଡିଓ ପ୍ରସ୍ତୁତ କରୁଛନ୍ତି । ଫିଫା ବିଶ୍ୱକପରେ ଭାରତ ଖେଳୁଥିଲେ ଏହାର ସଂଖ୍ୟା ଆହୁରି ଅଧିକ ହୋଇଥାନ୍ତା ବୋଲି ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି ।

Leave A Reply

Your email address will not be published.