ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ସମୟରେ ସାମ୍ବାଦିକ ସମ୍ମିଳନୀ ନେଇ ବିଦେଶୀ ଗଣମାଧ୍ୟମ ପୁଣି ଥରେ ପ୍ରଶ୍ନ ଉଠାଇଛି।
ନ୍ୟୁଜିଲ୍ୟାଣ୍ଡ ଗସ୍ତ ସମୟରେ ଉଠାଯାଇଥିବା ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଏବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଛି। ବୈଦେଶିକ ସଚିବ (ପୂର୍ବ) ରୁଦେନ୍ଦ୍ର ଟଣ୍ଡନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ସାଧାରଣ ଭାରତୀୟ ରାଜନେତା ଯିଏ ମଧ୍ୟସ୍ଥିଙ୍କ ମାଧ୍ୟମରେ ନୁହେଁ ବରଂ ଜନସାଧାରଣଙ୍କ ସହ ସିଧାସଳଖ ଯୋଗାଯୋଗ କରିବାରେ ବିଶ୍ୱାସ କରନ୍ତି। କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ହିଁ ପ୍ରମାଣ କରୁଛି ଯେ ତାଙ୍କର ଏହି ଶୈଳୀ ରାଜନୈତିକ ଭାବେ ସମ୍ପୂର୍ଣ୍ଣ ସଫଳ।
ଏଥିସହିତ ଭାରତୀୟ ବରିଷ୍ଠ କୂଟନୀତିଜ୍ଞ ରୁଦ୍ରେନ୍ଦ୍ର ଟଣ୍ଡନ ଅତି ବୁଦ୍ଧିମତ୍ତା ଓ ଚାଲାକିର ସହ ଏହାର ଉତ୍ତର ଦେଇ ସମସ୍ତଙ୍କ ସ୍ୱର ବନ୍ଦ କରିଦେଇଛନ୍ତି।
ନ୍ୟୁଜିଲ୍ୟାଣ୍ଡରେ ଏକ ଗଣମାଧ୍ୟମ ବ୍ରିଫିଂ ସମୟରେ ଜଣେ ସାମ୍ବାଦିକ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସରକାରୀ ଗସ୍ତ ସମୟରେ କାହିଁକି ସାମ୍ବାଦିକ ସମ୍ମିଳନୀ କଲେ ନାହିଁ କିମ୍ବା ସାମ୍ବାଦିକଙ୍କ ସହ ଆଲୋଚନା କଲେ ନାହିଁ ବୋଲି ପଚାରିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ଉତ୍ତର ଆସିଛି। ଏଥିସହିତ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ରୁଦେନ୍ଦ୍ର ଟଣ୍ଡନ କହିଛନ୍ତି ଯେ ଜଣେ ସରକାରୀ କର୍ମଚାରୀ ଭାବରେ ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ଶୈଳୀ ଉପରେ ମନ୍ତବ୍ୟ ଦେବା ତାଙ୍କ ପାଇଁ ଉପଯୁକ୍ତ ହେବ ନାହିଁ।