Latest Odisha News

ସଫଳ ହେଲା ବିଶ୍ୱର ପ୍ରଥମ କୋଭିଡ-୧୯ ଟିକା ପରୀକ୍ଷା

ମସ୍କୋ: ସାରା ବିଶ୍ୱରେ କୋକ୍ରୁଆ ଭୟ ସୃଷ୍ଟି କରିଛି କରୋନା । ଚୀନର ଉହାନରୁ ବ୍ୟାପିଥିବା ଏହି ମହାମାରୀ ଏବେ ସାରା ବିଶ୍ୱକୁ କବଳିତ କରିଛି । ତେବେ ଏହାର ଚିକିତ୍ସା ପାଇଁ ଏଯାଏଁ କୌଣସି ଟିକା ବା ସଠିକ୍ ଔଷଧ ବାହାରି ନାହିଁ । ଏଥିପାଇଁ ବୈଜ୍ଞାନିକମାନେ ଦିନ ରାତି ଏକ କରିଦେଲେଣି । ଏହାରି ଭିତରେ ଆସିଛି ଏକ ଖୁସି ଖବର । ବିଶ୍ୱର ପ୍ରଥମ କରୋନା ଟିକାର ସଫଳ ପରୀକ୍ଷଣ ହୋଇଛି । ଋଷିଆରେ ବିଶ୍ୱର ପ୍ରଥମ କରୋନା ଟୀକାର କ୍ଲିନିକାଲ ପରୀକ୍ଷା ସଫଳ ହୋଇଛି ।

‘ସେଚେନୋଭ୍ ଫାଷ୍ଟ୍‌ ମସ୍କୋ ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟି’ରେ ଭଲ୍ୟୁଣ୍ଟର୍‌ମାନଙ୍କ ଶରୀରରେ ବିଶ୍ବର ପ୍ରଥମ କରୋନାଭାଇରସ୍ ଟିକାର ସଫଳ ପରୀକ୍ଷା ସମ୍ପୂର୍ଣ୍ଣ ହୋଇଥିବା କଥା ‘ଇନ୍‌ଷ୍ଟିଚ୍ୟୁଟ୍‌ ଫର୍ ଟ୍ରାନ୍‌ସ୍‌ଲେସ୍‌ନାଲ୍‌ ମେଡିସିନ୍ ଆଣ୍ଡ୍‌ ବାୟୋଟେକ୍ନୋଲୋଜି’ର ନିର୍ଦେଶକ ଭାଦିମ ତାରାସୋଭ୍ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ପ୍ରଥମ ଦଳର ଭଲ୍ୟୁଣ୍ଟର୍ସମାନଙ୍କୁ ବୁଧବାର ଦିନ ଏବଂ ଦ୍ବତୀୟ ଦଳର ଭଲ୍ୟୁଣ୍ଟର୍ସମାନଙ୍କୁ ଜୁଲାଇ ୨୦ ଦିନ ଛଡ଼ାଯିବ। ବିଶ୍ବବିଦ୍ୟାଳୟ ରୁଷ୍‌ର ‘ଗା‌ମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡେମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି’ ଦ୍ବାରା ଉତ୍ପାଦିତ ଏହି ଟିକାର ଡାକ୍ତରୀ ପରୀକ୍ଷା ଜୁନ୍ ୧୮ ତାରିଖ ଦିନ କରିଥିଲା।

ପରୀକ୍ଷିତ ସ୍ୱେଚ୍ଛାସେବୀଙ୍କୁ ୨ଟି ପର୍ଯ୍ୟାୟରେ ଡିସଚାର୍ଜ କରାଯିବ । ଟୀକା ମଣିଷ ପାଇଁ ନିରାପଦ ହୋଇଥିବା ସିଚେନୋଉ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦାବି ହୋଇଛି । ଲୁକାସେଭ୍ କହିଛନ୍ତି, ଟିକାର ନିର୍ବିଘ୍ନତା ପ୍ରମାଣିତ ହୋଇଛି। ଏହି ଟିକା ସମ୍ପ୍ରତି ବଜାରରେ ଉପଲବ୍ଧ ଟିକାମାନଙ୍କ ପରି ବିପଦମୁକ୍ତ।

Leave A Reply

Your email address will not be published.