Latest Odisha News

BREAKING NEWS

ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲା: ‘ଡ୍ରାଇଭରଙ୍କୁ ମିଛ କହିବାକୁ ଧମକାଉଛି ପୋଲିସ’

ଭୁବନେଶ୍ବର: ପ୍ରଶାନ୍ତ ଜଗଦ୍ଦେବଙ୍କ ଇଭିଏମ ଭାଙ୍ଗିବା ମାମଲାରେ ମିଛ କହିବାକୁ ବାଧ୍ୟ କରୁଛି ପୋଲିସ । ଘାଟିକିଆ ନିବାସୀ ବନମାଳୀ ଗାଡି ଡ୍ରାଇଭର ଉପରେ ଚାପ ପକାଉଛି ପୋଲିସ । କିଛି ଏମିତି କହି ଅଭିଯୋଗ କରିଛି ବିଜେପି । ଏହା ସହିତ ପ୍ରମାଣରେ ଏନେଇ ଏକ ଅଡିଓ କ୍ଲିପ ମଧ୍ୟ ଜାରି କରିଛି ବିଜେପି । ଯେଉଁଥିରେ ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି କଥା ହେଉଥିବାର ଶୁଣିବାକୁ ମିଳିଛି । ଡ୍ରାଇଭରଙ୍କ କହିବା ଅନୁଯାୟୀ ପୋଲିସ ତାଙ୍କୁ ରାତି ଅଧରେ ଉଠାଇ ମାଡମାରି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ବୟାନ ଦେବା ପାଇଁ ଧମକ ଚମକ ଦେଇ ବାଧ୍ୟ କରୁଛି  ।

ତେବେ ଆଜି ଏହି ସବୁ କାରଣ ନେଇ ବିଜେପି, ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ଘେରାଉ କରିଛି । ଇଭିଏମ ଭଙ୍ଗାରୁଜା ମାମଲାରେ ଜଗଦ୍ଦେବଙ୍କ ଗିରଫ ପୂର୍ବରୁ କାହିଁକି ସିସିଟିଭି ଯାଞ୍ଚ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛି ବିଜେପି  । ସିସିଟିଭି ରେ ବିଧାୟକ ପ୍ରଶାନ୍ତ ଜଗଦେବ ଯଦି ଭୁଲ ତାହାଲେ ସିସିଟିଭି ଫୁଟେଜ କାହିଁକି ଲୋକଲୋଚନକୁ ଅଣାଯାଉ ନାହିଁ? ସିସିଟିଭି ଫୁଟେଜ ସାର୍ବଜନୀନ ହେବା ନିତ୍ୟାନ୍ତ ଆବଶ୍ୟକ କହି ରାଜରାସ୍ତାରେ ଗର୍ଜିଛନ୍ତି ବିଜେପି କର୍ମୀ । ଏହା ସହିତ ସେମାନେ ବହୁରି ମଧ୍ୟ କହିଛନ୍ତି ଯେ ଉକ୍ତ ଦିନ ଭୋଟିଂ ବେଳେ ଉପସ୍ଥିତ ଥିବା ଗ୍ରାମବାସୀ ସ୍ପଷ୍ଟ ଭାବେ କହୁଛନ୍ତି ବିଧାୟକ ଜଗଦେବ କୌଣସି ଇଭିଏମ ଭାଙ୍ଗି ନାହାନ୍ତି l ତେବେ କେଉଁ ଆଧାରରେ ଜଗଦ୍ଦେବଙ୍କୁ ଗିରଫ କରିଛି ପୋଲିସ ତାହାର ଜବାବ ମାଗିଛି ବିଜେପି । ଯାହାକୁ ନେଇ ସରଗରମ ରାଜ୍ୟ ରାଜନୀତି ।

Comments are closed.