Latest Odisha News

BREAKING NEWS

ଚୀନ୍ ଲ୍ୟାବ୍‌ରୁ ହିଁ ବ୍ୟାପିଛି କରୋନା ଭୂତାଣୁ: ଆମେରିକା

ୱାଶିଂଟନ: ପୂର୍ବରୁ ଆମେ କହି ଆସୁଛୁ ଯେ, ଚୀନର ଉହାନସ୍ଥିତ ଏକ ଲାବୋରେଟୋରିରୁ ହିଁ କରୋନା ଭୂତାଣୁ ସମଗ୍ର ବିଶ୍ୱରେ ବ୍ୟାପିଛି, ସୋମବାର ଦିନ ଏହି ଦୃଢୋକ୍ତି ପ୍ରକାଶ କରିଛି ଆମେରିକା ।

‘ଦି ଗାର୍ଡ଼ିଆନ’ରେ ପ୍ରକାଶିତ ଏକ ଖବର ଅନୁଯାୟୀ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଆଜି କହିଛନ୍ତି ଯେ, “ଚୀନର ଏକ ଲାବ୍‌ରୁ କରୋନା ଭୂତାଣୁ ବ୍ୟାପିଛି ତାହାର ଦୃଢ ପ୍ରମାଣ ଆମ ପାଖରେ ରହିଛି” । କେବଳ ଆମେରିକା ନୁହେଁ ବରଂ ଅନେକ ୟୁରୋପୀୟ ରାଷ୍ଟ୍ର ମଧ୍ୟ ଏହା ସନ୍ଦେହ କରିଆସିଛନ୍ତି ।

ଏହି ଅଭିଯୋଗକୁ ପୂର୍ବରୁ ଚୀନ ପକ୍ଷରୁ ଖଣ୍ଡନ କରାଯାଇଥିଲା । ଏନେଇ କୌଣସି ପ୍ରମାଣ ନଥିବା କଥା ଚୀନ କର୍ତ୍ତୃପକ୍ଷ କହିଥିଲେ ।

ଏକ ସାକ୍ଷାତକାରରେ ଆମେରେକୀୟ ବୈଦେଶିକ ମନ୍ତ୍ରୀ ପମ୍ପିଓ ଏବିସି ନ୍ୟୁଜକୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଆମ ପାଖରେ ଯଥେଷ୍ଟ ପ୍ରମାଣ ରହିଛି, ଏପରିକି ଆମେରିକା ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ତଦନ୍ତ ଜାରି ରଖିଛି ।

ଏପରିକି ‘ଦି ଗାର୍ଡ଼ିଆନ’ରେ ଏକ ରିପୋର୍ଟ ପ୍ରକାଶ ପାଇଛି ଯେ, ବର୍ତ୍ତମାନ ସୁଦ୍ଧା ବିଶ୍ୱର ଅନେକ ବୈଜ୍ଞାନିକମାନେ କହିସାରିଲେଣି ଯେ, ଏହି ମରଣାନ୍ତକ ଭୂତାଣୁ ମନୁଷ୍ୟକୃତ । ଏହାକୁ ତିଆରି କରାଯାଇଛି । ଏହାକୁ ସ୍ୱୀକାର ନ’ କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ବୈଦେଶିକ ମନ୍ତ୍ରୀ ପମ୍ପିଓ ।

ଏଠାରେ ଉଲ୍ଲେଖଯୋଗ୍ୟ, ଗୁରୁବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ, ଚୀନ ଲ୍ୟାବୋରେଟୋରୀରୁ ଏହି ମାରାତ୍ମକ ଭୂତାଣୁ ଅନ୍ୟସ୍ଥାନକୁ ବ୍ୟାପିଛି । ଏନେଇ ଯଥେଷ୍ଟ ପ୍ରମାଣ ଆମେରିକା ପାଖରେ ଅଛି ଏବଂ ଏବେ ଆମେ ତାହା ପ୍ରକାଶ କରିବୁ ନାହିଁ ।

ଟ୍ରମ୍ପ୍ ଚୀନ ବିରୋଧରେ ଏହିପରି ସଙ୍ଗୀନ ଅଭିଯୋଗ ଆଣିବା ପରଠାରୁ ଚୀନକୁ ଅଧିକାଂଶ ରାଷ୍ଟ୍ର ସନ୍ଦେହ ଦୃଷ୍ଟିରେ ଦେଖିବାରେ ଲାଗିଛନ୍ତି ।

Leave A Reply

Your email address will not be published.