Latest Odisha News

BREAKING NEWS

ରାଜ୍ୟରେ ପ୍ରବାସୀ ଓଡିଆଙ୍କ ପାଇଁ କାମର ଅଭାବ ନାହିଁ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀ ଓଡିଆଙ୍କ ଘର ବାହୁଡା ଆରମ୍ଭ ହୋଇଯାଇଛି । ଓଡିଶା ଫେରିବାକୁ ଆହୁରି ୫ ଲକ୍ଷରୁ ଅଧିକ ଶ୍ରମିକ ଓ ପ୍ରବାସୀ ଓଡିଆ ରେଜିଷ୍ଟ୍ରେସନ କରିସାରିଲେଣି । ଏହାରି ଭିତରେ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ରାଜ୍ୟରେ ଏନଆରଇଜିଏସ୍ କାମ ରହିଛି । ତେଣୁ କାମ ଯୋଗାଇବାରେ ପ୍ରବାସୀ ଓଡିଆଙ୍କ ପାଇଁ କୌଣସି ଅସୁବିଧା ହେବନି ।

ପରିବହନ ମନ୍ତ୍ରୀ କହିଛନ୍ତି, ଯେଉଁମାନେ ଫେରୁଛନ୍ତି ସମସ୍ତେ ଶ୍ରମିକ ନୁହଁନ୍ତି । ତେବେ ଲୋକମାନେ ଫେରିବା ପରେ ସରକାର ସେମାନଙ୍କ ପାଇଁ କାମର ବ୍ୟବସ୍ଥା କରିବେ । ରେଜିଷ୍ଟ୍ରେସନ ପରେ ଜଣାପଡିବ ଯେ, କେଉଁ ରାଜ୍ୟରେ କେତେ ଶ୍ରମିକ ରହିଛନ୍ତି । ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ ରହିବା ପାଇଁ ବିଭିନ୍ନ ସ୍କୁଲ ଓ ପଂଚାୟତ ଘରେ କ୍ୱାରେଂଟିନ୍ ସେଂଟର ଖୋଲାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.