Latest Odisha News

BREAKING NEWS

କରୋନା ଲକ୍‌ଡାଉନ୍‌; ମିଳିଲାନି ସିଗାରେଟ୍‌, ପହଂଚିଲେ ଅନ୍ୟ ଦେଶରେ !

ଫ୍ରାନ୍ସ: କରୋନାଭାଇରସ୍ ସଂକ୍ରମଣ ପାଇଁ ଅଧିକାଂଶ ଦେଶ ଲକ୍‌-ଡାଉନ୍ । ଯେଉଁଠି ଲୋକେ ଗଣ୍ଡେ ଖାଇବାକୁ ପାଉନାହାନ୍ତି, ସେଠି ଜଣେ ବ୍ୟକ୍ତି ସିଗାରେଟ୍ ନିଶାରେ ନିଜ ଦେଶର ସୀମା ଡେଇଁ ଅନ୍ୟ ଦେଶରେ ପହଂଚିଥିଲେ ।

CNN ରିପୋର୍ଟ ଅନୁଯାୟୀ ଲକ୍‌-ଡାଉନ୍ ପାଇଁ ଫ୍ରାନ୍ସର ଜଣେ ବ୍ୟକ୍ତି ସିଗାରେଟ୍ କିଣିପାରିନଥିଲେ । ସିଗାରେଟ ନିଶାରେ ସେହି ବ୍ୟକ୍ତି ଜଣକ ଫ୍ରାନ୍ସରୁ ସ୍ପେନ୍‌କୁ ପ୍ରଥମେ ନିଜ କାରରେ ବାହାରିଥିଲେ । ହେଲେ ରାସ୍ତାରେ ପୋଲିସର ନାକାବନ୍ଦୀ ଯୋଗୁଁ ଚାଲିଚାଲି ଲା ଜୋଙ୍କ୍ୟୁରା (ସ୍ପେନ ବୋର୍ଡର ପାଖ ଅଂଚଳ) ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ ।

ତେବେ ପାହାଡିଆ ରାସ୍ତା ଦେଇ ଯାଉଥିବାବେଳେ ଏକ ନାଳରେ ପଡିଯାଇଥିଲେ । ଶେଷରେ କୌଣସିମତେ ଖବର ପାଇଁ ତାଙ୍କୁ ନିଜ ଦେଶରେ ମାଉଣ୍ଟେନ ପୋଲିସ ହେଲିକପ୍ଟର ଜରିଆରେ ଉଦ୍ଧାର କରିଥିଲା ।

ସଂପୃକ୍ତ ବ୍ୟକ୍ତିଙ୍କୁ ଜେଲ ଦଣ୍ଡାଦେଶ ନ ହୋଇ ଲକ୍‌-ଡାଉନ୍ ଉଲ୍ଲଙ୍ଘନ ଓ ବେଆଇନ ଭାବେ ସୀମା ପାର କରିବା ଅଭିଯୋଗରେ ୧୩୫ ୟୁରୋ ଜରିମାନା କରାଯାଇଛି ।

Leave A Reply

Your email address will not be published.