Latest Odisha News

“କଂଗ୍ରେସ ସରକାରରେ ରଥଯାତ୍ରା ବେଳେ ଗୁଜୁରାଟ ଲୋକଙ୍କ ଭିତରେ ଦଙ୍ଗା ଭୟ ଥିଲା”

ଗାନ୍ଧୀନଗର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜୁରାଟରେ ରଥ ଯାତ୍ରା ପାର୍ବଣ ସମୟରେ କଂଗ୍ରେସକୁ ସାଂଘାତିକ ସମାଲୋଚନା କରିଛନ୍ତି । କଂଗ୍ରେସ ସରକାର ସମୟରେ ଗୁଜୁରାଟରେ ରଥଯାତ୍ରା ବେଳେ ଲୋକେ ଦଙ୍ଗା ଭୟରେ ରହୁଥିଲେ । କୌଣସି ମୁହୂର୍ତ୍ତରେ ଦଙ୍ଗା ହେବାର ଭୟ ଲୋକଙ୍କ ଭିତରେ ରହୁଥିଲା ।

ଏପରିକି ରଥ ନେଇଯିବାକୁ ମଧ୍ୟ ଉଦ୍ୟମ କରାଯାଇଛି ବୋଲି ଗାନ୍ଧୀ ନଗରର ଶ୍ରୀ ଜଗନ୍ନାଥଜୀ ମନ୍ଦିରରେ ଆରତୀ କରିବା ପରେ ଏହି ସମାଲୋଚନା କରିଛନ୍ତି ।

ଗୁଜୁରାଟ ବାସୀ ବିଜେପିକୁ ଭୋଟ ଦେବା ପରେ ଏଭଳି କରିବା ପାଇଁ କାହାର ସାହସ ନାହିଁ । ଏବେ ଲୋକେ ଶାନ୍ତିରେ ଏବଂ ଭୟଶୂନ୍ୟ ହୋଇ ରଥଯାତ୍ରା ପାଳନ କରିପାରୁଛନ୍ତି । ଆଗ ଭଳି ଡର ଭୟ ରହୁନି ।

ପୂର୍ବରୁ ଯେମିତି ଦଙ୍ଗା ଉଦ୍ୟମ କରାଯାଉଥିଲା ଏବଂ ବିଭିନ୍ନ ସ୍ଥାନରେ ହିଂସା ହେଉଥିଲା । ଏବେ ସେଭଳି କିଛି ହେଉନି ।

ବିଜେପି ସରକାର ଆସିବା ଦିନ ଠାରୁ ଗୁଜୁରାଟରେ ଶାନ୍ତିପୂର୍ଣ୍ଣ ରଥଯାତ୍ରା ପାଳନ ହେଉଛି । ଗୁରୁବାର ଏକ ବିଶ୍ୱବିଦ୍ୟାଳୟ କୋଠା ଏବଂ ହସ୍ପିଟାଲ ଭିତ୍ତି ପ୍ରସ୍ତର ସ୍ଥାପନ କରିବାକୁ ଗୁଜୁରାଟ ଗସ୍ତରେ ଥିଲେ । ରଥ ଯାତ୍ରାର ଦିନକ ପୂର୍ବରୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆରତୀ କରିଥିଲେ ।

ଏହା ପରେ କଂଗ୍ରେସକୁ ଆକ୍ଷେପ କରି ଦଙ୍ଗା ଭୟ ତିଆରି କରୁଥିବା କଥା କହିଥିଲେ ।

Leave A Reply

Your email address will not be published.