Latest Odisha News

BREAKING NEWS

ରାଷ୍ଟ୍ରପତି ନିର୍ବାଚନ ପାଇଁ ୧୧୫ଟି ପ୍ରାର୍ଥୀପତ୍ର ଦାଖଲ; ଦ୍ରୌପଦି ଏବଂ ଯଶୱନ୍ତ ବୈଧ ଆଉ ସବୁ ଖାରଜ

ଭୁବନେଶ୍ୱର: ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ୧୧୫ ଜଣ ବ୍ୟକ୍ତି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଗୁରୁବାର ରାଜ୍ୟସଭା ମହାସଚିବ(ସେକ୍ରେଟାରୀ ଜେନେରାଲ) ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ଅବଶ୍ୟ ଏନଡିଏ ସମର୍ଥିତ ପ୍ରାର୍ଥୀ ଦ୍ରୌପଦି ମୁର୍ମୁ ଏବଂ ମିଳିତ ବିରୋଧୀ ଦଳଙ୍କ ପ୍ରାର୍ଥୀ ଯଶୱନ ସିହ୍ନାଙ୍କ ପ୍ରାର୍ଥୀପତ୍ରକୁ ବୈଧ ଧାର୍ଯ୍ୟ କରାଯାଇଛି । ଅନ୍ୟ ସମସ୍ତଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯାଇଛି ।

ଜୁନ ୧୫ରେ ନିର୍ବାଚନ ସକାଶେ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇ ଜୁନ ୨୯ରେ ଶେଷ ହୋଇଛି । ପ୍ରାର୍ଥୀପତ୍ର ଦାଖଲ ସମୟରେ ୨୬ ଜଣ ବ୍ୟକ୍ତିଙ୍କ ୨୮ଟି ନାମାଙ୍କନ ଖାରଜ ହୋଇଥିଲା । ଉପଯୁକ୍ତ ଇଲେକ୍ଟୋରାଲ ସାର୍ଟିଫିକେଟ ଅଭାବରୁ ଏହି ପ୍ରାର୍ଥୀପତ୍ର ଖାରଜ ହୋଇଥିବା ସେକ୍ରେଟାରୀ ଜେନେରାଲ ପିସି ମୋଦୀ କହିଛନ୍ତି ।

ବଳକା ୮୭ଟି ପ୍ରାର୍ଥୀପତ୍ର ୭୨ ଜଣ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ ହୋଇଥିଲା । ଗୁରୁବାର ଯାଞ୍ଚ ସମୟରେ ୭୯ ଜଣଙ୍କ ପ୍ରାର୍ଥୀପତ୍ର ଖାରଜ ହୋଇଯାଇଛି । ଆବଶ୍ୟକ ପ୍ରସ୍ତାବକ ଏବଂ ଅର୍ଥ ରାଶି ଅଭାବରୁ ଏହି ପ୍ରାର୍ଥୀପତ୍ର ଗୁଡ଼ିକ ଖାରଜ ହୋଇଛି ।

କେବଳ ଦ୍ରୌପଦି ମୁର୍ମୁ ଏବଂ ଯଶୱନ୍ତ ସିହ୍ନାଙ୍କ ପ୍ରାର୍ଥୀପତ୍ର ବୈଧ ବୋଲି ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ପିସି ମୋଦୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ଜୁଲାଇ ୨ । ନିୟମ ହିସାବରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଅବଶ୍ୟ ବୈଧ ଦୁଇ ପ୍ରାର୍ଥୀଙ୍କ ଭିତରୁ କେହି ପ୍ରତ୍ୟାହାର କରିବାର କିଛି ଆଶା ନାହିଁ । ଜୁଲାଇ ୧୮ରେ ଦ୍ରୌପଦି ଏବଂ ଯଶୱନ୍ତଙ୍କ ମଧ୍ୟରେ ନିର୍ବାଚନ ହେବ ।

Leave A Reply

Your email address will not be published.