Latest Odisha News

BREAKING NEWS

ବର୍ଷାରେ ଭିଜିବ ବଡଦିନ ଓ ନୂଆବର୍ଷ: ୨୪ରୁ ପୁଣି ବର୍ଷା

ଭୁବନେଶ୍ବର: ବର୍ଷାରେ ଭିଜିବ ବଡଦିନ ଓ ନୂଆବର୍ଷ। ଆସନ୍ତା ଡିସେମ୍ବର ୨୪ ଓ ୨୫ରେ ସାରା ରାଜ୍ୟରେ ଦେଖିବାକୁ ମିଳିବ ବର୍ଷା ସହ ଘନ କୁହୁଡି। ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା ଜାରି ରହିଥିବା ବେଳେ ଆଜି ପାଗ ପରିବର୍ତ୍ତନ ହୋଇଛି । ଆଜି ପାଗ ଶୁଖିଲା ରହିଥିବା ବେଳେ ଡିସେମ୍ବର ୨୪ ଓ ୨୫ରେ ପୁଣି ବର୍ଷା ସହ ଘନ କୁହୁଡିର ପୂର୍ବାନୁମାନ କରଛି ପାଣିପାଗ ବିଭାଗ । ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ,  ୭ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ବେଳେ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ, କନ୍ଧମାଳ, କୋରାପୁଟ, ମାଲକାନଗିରି ଜିଲ୍ଲାରେ ମଧ୍ୟମ ବର୍ଷା ହେବାର ସୂଚନା ମିଳିଛି। ସେହିପରି ୨୫ ତାରିଖରେ ୧୧ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ଥିବା ଆକଳନ କରିଛି ବିଭାଗ।

ଅନ୍ୟପଟେ ରବିବାର ଏବଂ ସୋମବାର ଘନ କୁହୁଡି ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ମଧ୍ୟ ମିଳିଛି। ବିଭାଗ ସୂଚନା ଅନୁଯାୟୀ କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ ଓ କଳାହାଣ୍ଡି ଜିଲ୍ଲାରେ କୁହୁଡି ପାଇଁ ସତର୍କତା ଜାରି କରାଯାଇଛି। ଏହି ୫ ଜିଲ୍ଲାରେ ୫୦ ମିଟର ତଳକୁ ଦୃଶ୍ୟମାନ ଦୂରତା ଖସିପାରେ। ସେହିପରି  ୨୬ରୁ ୨୮ ତାରିଖ ଯାଏଁ ପାଗ ଶୁଖିଲା ରହିବ। ୨୯ ତାରିଖରୁ ପୁଣି କୋହଲା ପାଗ ସହ ବର୍ଷା ସମ୍ଭାବନା ରହିଥିବା ବେଳେ ଆଗାମୀ ୩ ଦିନ ପରେ ବଢିବ ଶୀତ ପ୍ରଭାବ ବୋଲି ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Comments are closed.