Latest Odisha News

BREAKING NEWS

ଫ୍ୟୁଚର ଗ୍ରୁପକୁ କିଣିବ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ କମ୍ପାନୀ: ରିପୋର୍ଟ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ କିଶୋର ବିୟାନୀଙ୍କ ଫ୍ୟୁଚର ଗ୍ରୁପକୁ କିଣିବା ପାଇଁ ଯୋଜନା କରୁଛି । ରିପୋର୍ଟ ମୁତାବକ ମୁକେଶ ଅମ୍ବାନୀଙ୍କ କମ୍ପାନୀ ଦେଶର ଏହି ଲୋକପ୍ରିୟ ରିଟେଲ ଚେନକୁ ୨୪ରୁ ୨୭୦୦୦ କୋଟି ଟଙ୍କାରେ କ୍ରୟ କରିବେ । କମ୍ପାନୀର ଦୁଇ ବରିଷ୍ଠ ଅଧିକାରୀ ନେଇ ଏ ନେଇ ସୂଚନା ଦେଇଛନ୍ତି । ବର୍ତମାନ ଏହି ଡିଲ୍ ଅନ୍ତିମ ପର୍ଯ୍ୟାୟରେ ପଂହଚି ସାରିଛି ବୋଲି ସେମାନେ କହିଛନ୍ତି । ରିଟେଲ କ୍ଷେତ୍ରରେ ଏକଚ୍ଛତ୍ରବାଦ ରାଜୁତି ନେଇ ମୁକେଶ ଅମ୍ବାନୀ ଗ୍ରୁପ ଏହି ଯୋଜନା କରୁଛି ।

ବର୍ତମାନ ଦେଶରେ ରିଲାଏନ୍ସର ୧୨୦୦୦ ଷ୍ଟୋର ରହିଛି । ଫ୍ୟୁଚର ଗ୍ରୁପର ବିଗ ବଜାର ସମେତ ଅନ୍ୟ ରିଟେଲ ଶପ ମିଶିଗଲେ ମୁକେଶ ଅମ୍ବାନୀ କମ୍ପାନୀକୁ ଅଟକାଇବା ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ପାଇଁ କଷ୍ଟକର ବ୍ୟାପାର ହେବ । ଉଭୟ କମ୍ପାନୀ ପକ୍ଷରୁ ଏ ନେଇ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ ।

Leave A Reply

Your email address will not be published.