Latest Odisha News

BREAKING NEWS

ସବୁ ଜିଲ୍ଲାରେ ହେବ ସାଇନ୍ସ ପାର୍କ 

ଭୁବନେଶ୍ବର: ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସାଇନ୍ସ ପାର୍କ ନିର୍ମାଣ କରାଯିବ । ପ୍ରଥମେ ୨୦ଟି ଜିଲ୍ଲାରେ ପାର୍କ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ନିର୍ମାଣ ହେବ । ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨୦ଟି ଜିଲ୍ଲାରେ ପାର୍କ ନିର୍ମାଣ କରାଯିବ । ଏଥିସହିତ 6ଟି ପ୍ଳାନେଟୋରିୟମ୍ ନିର୍ମାଣ ହେବ । ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି । 

ଦୁଇଟି ପ୍ଳାନେଟୋରିୟମ୍ ଭୁବନେଶ୍ବର ଓ ବୁର୍ଲାରେ ରହିଛି । ଆଉ 6ଟି ମଧ୍ୟରୁ ରାଉରକେଲା, ବଲାଙ୍ଗିର, ବାରିପଦା, କେନ୍ଦୁଝର, ଗୋପାଳପୁର ଓ ରାୟଗଡ଼ାଠାରେ ନିର୍ମାଣ କରାଯିବ । 

ସାଇନ୍ସ ପାର୍କ ନିର୍ମାଣ କରିବାକୁ ୫ ଏକର ଯାଗା ଆବଶ୍ୟକ । ଜିଲ୍ଲାପାଳମାନଙ୍କୁ ଜମି ଚିହ୍ନଟ କରିବାକୁ କୁହାଯାଇଛି । ସେଥିରୁ କେତେକ ଜିଲ୍ଲାରେ ଜାଗା ଚିହ୍ନଟ ହୋଇସାରିଛି । ପ୍ଳାନେଟୋରିୟମ୍ ପାଇଁ ୧୫କୋଟି ଖର୍ଚ୍ଚ ହେବ । 

ବଲାଙ୍ଗିରରେ ପାର୍କ ନିର୍ମାଣ ପାଇଁ ୩୦ ମାସ ସମୟ ଲାଗିବ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗିରଠାରେ ସାଇନ୍ସ ପାର୍କ ଓ ପ୍ଳାନେଟୋରିୟମ ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ନେଇଥିବାରୁ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । 

ପ୍ରଥମ ପର୍ଯ୍ୟାୟରେ ବୌଦ୍ଧ ଜିଲ୍ଲାରେ ସାଇନ୍ସ ପାର୍କ ନିର୍ମାଣ ହେବ । ପ୍ରଥମ ପର୍ଯ୍ୟାୟରେ ହେଉଥିବା ସାଇନ୍ସ ପାର୍କରେ ଭଦ୍ରକ ଜିଲ୍ଲା ରହିଛି । 

Leave A Reply

Your email address will not be published.