Latest Odisha News

BREAKING NEWS

ୟୁଏସ୍‌ ନେଟ୍‌ଫ୍ଲିକ୍ସର ଶ୍ରେଷ୍ଠ ୧୦ରେ ଚୋପ୍ରା ସିଷ୍ଟରସ୍‌

ନୂଆଦିଲ୍ଲୀ: ଚର୍ଚ୍ଚାରେ ଚୋପ୍ରା ସିଷ୍ଟର୍‌ସ୍।‌ ଆମେରିକା ନେଟଫ୍ଲିକ୍ସରେ ମଧ୍ୟ ରାଜ୍‌ କରୁଛି ପ୍ରିୟଙ୍କା ଏବଂ ପରିନୀତି ଚୋପ୍ରାଙ୍କ ଫିଲ୍ମ। ନିକଟରେ ରିଲିଜ ହୋଇଥିବା ପ୍ରିୟଙ୍କା ଚୋପ୍ରାଙ୍କ ଚଳଚ୍ଚିତ୍ର ‘ୱି କ୍ୟାନ୍‌ ବି ହିରୋ’ ବର୍ତ୍ତମାନ ୬ ନମ୍ବର ସ୍ଥାନରେ ଥିବାବେଳେ ପରିନୀତି ଚୋପ୍ରାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦି ଗର୍ଲ ଅନ୍ ଟ୍ରେନ୍’ ସପ୍ତମ ସ୍ଥାନରେ ରହିଛି।

ଏହା ବିଷୟରେ ଜଣେ ପ୍ରଶଂସକଙ୍କ ଟ୍ୱିଟ୍ ପୋଷ୍ଟ କରି ପରିନୀତି ଲେଖିଛନ୍ତି ଯେ # ଚୋପ୍ରା ଡୋମିନେସନ୍ @ ପ୍ରିୟଙ୍କାଚୋପ୍ରା। ତାଙ୍କ ପୋଷ୍ଟ ଉପରେ ଚୋପ୍ରା ସିଷ୍ଟର୍‌ସଙ୍କ ପ୍ରଶଂସକମାନେ ମଧ୍ୟ ପ୍ରଶଂସା କରିଛନ୍ତି। ଭାରତରେ, ‘ଦି ଗର୍ଲ ଅନ୍ ଟ୍ରେନ୍’ ରବିବାର ଦିନ ନେଟଫ୍ଲିକ୍ସରେ ଏକ ନମ୍ବର ସ୍ଥାନରେ ରହିଛି।

Leave A Reply

Your email address will not be published.