Latest Odisha News

BREAKING NEWS

ଆସନ୍ତୁ ଜାଣିବା ଧୋନୀଙ୍କ ଉପରେ ଦ୍ରାବିଡ କାହିଁକି ରାଗିଥିଲେ !

ମୁମ୍ବାଇ: ରାହୁଲ ଦ୍ରାବିଡ ରାଗୁଥିବା ଏକ ବିଜ୍ଞାପନର ଭିଡିଓ ଏବେ ସୋସିଆଲ ସାଇଟରେ ଭାଇରାଲ ହେଉଛି । ଏହା ଭାଇରାଲ ହେବାର ମୂଖ୍ୟ କାରଣ ହେଲା ଦ୍ରାବିଡ ପ୍ରାୟଥଃ ରାଗନ୍ତି ନାହିଁ । ଏହି ବିଜ୍ଞାପନର ପରେ ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ଏକ ମଜାଦାର କଥା ଶେୟାର କରିଛନ୍ତି । ପଡିଆରେ ଶାନ୍ତ ରହୁଥିବା ଦ୍ରାବିଡ ପାକିସ୍ତାନ ବିପକ୍ଷ ଏକ ମ୍ୟାଚ ଅବସରରେ ହଠାତ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ରାଗି ଯାଇଥିଲେ । ଧୋନୀଙ୍କୁ ଦ୍ରାବିଡ ଇଂରାଜୀରେ ଗାଳି ଦେଇଥିଲେ ଅବଶ୍ୟ ଏଥିରୁ ଅଧା ମୁଁ ବୁଝି ପାରି ନ ଥିଲି ବୋଲି ସେହ୍ୱାଗ ମଜାରେ କହିଥିଲେ । ମ୍ୟାଚକୁ ତୁମେ ଜିତାଇବାର ଥିବା, ରିସ୍କ ନେଇ ଶଟ ଖେଳିବା ଆବଶ୍ୟକତା ନ ଥିଲା ବୋଲି ଦ୍ରାବିଡ କହିଥିଲେ ।

ପରବର୍ତୀ ମ୍ୟାଚରେ ଧୋନୀଙ୍କ ଉପରେ ଗାଳିର ପ୍ରଭାବ ପଡିଥିଲା । ସେ ସତର୍କତାର ସହ ଖେଳୁଥିଲେ । ମୁଁ ଏ ନେଇ ପଚାରିବାରୁ ସେ କହିଥିଲେ, ଭୁଲ ଭାଲ ଖେଳିଲେ ଦ୍ରାବିଡ ରାଗିବେ । ଏହା ପରେ ଧୋନୀଙ୍କ ମୁହଁକୁ ଚାହିଁ ସେହ୍ୱାଗ ହସ ରୋକିପାରି ନ ଥିଲେ ।

Leave A Reply

Your email address will not be published.