Latest Odisha News

BREAKING NEWS

ଏହି ୫ଜଣ ପଇଡ଼ ପାଣି ପିଇବା ନିହାତି ଜରୁରୀ…

ଭୁବନେଶ୍ବର: ଯଦି ଆପଣ ଆପଣଙ୍କ ଶରୀରକୁ ହାଇଡ୍ରେଟ୍ ରଖିବାକୁ ଚାହାଁନ୍ତି, ତେବେ ଆପଣ ପଇଡ ପାଣି ସେବନ କରିପାରିବେ। ପଇଡ ପାଣିକୁ ପୋ।ଷଣର ଭଣ୍ଡାର କୁହାଯାଏ। କାରଣ ଏଥିରେ ପୋଟାସିୟମ୍, ସୋଡିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭଳି ଇଲେକ୍ଟ୍ରୋଲାଇଟ୍ସ ରହିଥାଏ।

ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ପଇଡ ପାଣି ଆପଣଙ୍କ ପାଇଁ ବହୁତ ଉପଯୋଗୀ ହେବ । ତେବେ ଆସନ୍ତୁ ଜାଣିବା କିଏ ଏହାକୁ ସେବନ କରିବା ଉଚିତ..

-ପଇଡ ପାଣିରେ କ୍ୟାଲୋରି କମ୍ ଥାଏ, ଯାହା ଓଜନ ହ୍ରାସ କରିବାରେ ସହାୟକ। ଯଦି ଆପଣ ସୁସ୍ଥ ଉପାୟରେ ଆପଣଙ୍କ ଓଜନ ପରିଚାଳନା କରିବାକୁ ଚାହାଁନ୍ତି, ତେବେ ଆପଣ ପଇଡ ପାଣି ପିଇପାରିବେ।

-ପଇଡରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସି ରହିଥାଏ, ଯାହା ତ୍ୱଚାକୁ ଭିତରୁ ଚମକଦାର କରିବାରେ ସହାୟକ ହୋଇଥାଏ। ପ୍ରତିଦିନ ଗୋଟିଏ ଗ୍ଲାସ୍ ପଇଡ ପାଣି ପିଇବା ଦ୍ୱାରା ତ୍ୱଚା ସୁସ୍ଥ ରହିଥାଏ।

– ପଇଡରେ ପ୍ରଚୁର ପରିମାଣରେ ପୋଟାସିୟମ ମିଳିଥାଏ, ଯାହା ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ରକ୍ତଚାପ ରୋଗୀମାନେ ଏହି ପାନୀୟ ସେବନ କରିପାରିବେ।

-ପଇଡ ପାଣିରେ ଅନେକ ପ୍ରକାରର ଭିଟାମିନ୍ ଏବଂ ଖଣିଜ ପଦାର୍ଥ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ। ମଜବୁତ ରୋଗ ପ୍ରତିରୋଧକ ଶକ୍ତି ଶରୀରକୁ ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା କରିବାରେ ସହାୟକ ହୋଇଥାଏ।

-ସେହିପରି ପଇଡ ପାଣିରେ ଫାଇବର ଥାଏ, ଯାହା ପାଚନ ପ୍ରକ୍ରିୟାକୁ ଉନ୍ନତ କରିବାରେ ସାହାଯ୍ୟ କରିପାରେ। ପ୍ରତିଦିନ ଗୋଟିଏ ଗ୍ଲାସ ପଇଡ ପାଣି ପିଇବା ଦ୍ୱାରା ପେଟ ସୁସ୍ଥ ରହିଥାଏ।

Comments are closed.