Latest Odisha News

BREAKING NEWS

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଉଦ୍‌ବୋଧନ ଦେବେ ସୁପର୍ ୩୦ ର ଶିକ୍ଷକ ଆନନ୍ଦ କୁମାର

ପାଟନା: କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କେଲେ ଠାରେ ଆୟୋଜିତ ହେବାକୁ ଥିବା ଏକ ବୈଠକରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଖ୍ୟାତ ଗଣିତଜ୍ଞ ତଥା ସୁପର୍ ୩୦ର ପ୍ରତିଷ୍ଠାତା ଆନନ୍ଦ କୁମାର ।

କରୋନା ମହାମାରୀ ସମୟରେ ଆମେରିକାରେ ରହୁଥିବା ପ୍ରାୟ ୮୦୦୦୦ ଛାତ୍ରଛାତ୍ରୀ ମାନଙ୍କ ନୈତିକ ସହଯୋଗ ନିମନ୍ତେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।

ଏହି ନିମନ୍ତ୍ରଣ ପଠାଯାଇଛି, ବର୍କେଲେ -ଇଣ୍ଡିଆ ସ୍ପିକର ସିରିଜ ର ମଇ ୧୬ ସଂସ୍କରଣ ର ଉପାଧ୍ୟକ୍ଷ ଶୁଭମ ପାରେଖ ଙ୍କ ନିକଟରୁ । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କେଲେ ଏବଂ ଭାରତୀୟ ବକ୍ତା ଙ୍କ ମଧ୍ୟରେ ସମୟ ସମୟରେ ଜାତୀୟ ରାଜନୀତି, ସାମାଜିକ କାର୍ଯ୍ୟ ତଥା ସଂସ୍କୃତି କୁ ନେଇ ଆଲୋଚନା କରାଯାଏ ।

ଅଧିକ ପଢନ୍ତୁ: ଏଥର ହେବନି ସ୍ୱତନ୍ତ୍ର ଓଜେଇଇ, ବି-ଟେକ୍ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭାରତର ଶିକ୍ଷା ବ୍ୟବସ୍ଥା ସହ ପରିଚିତ ତଥା ଏକ ପଛୁଆ ବର୍ଗର ଶୈକ୍ଷିକ ଉନ୍ନତିର ପାଇଁ ସର୍ବଦା ଚେଷ୍ଟିତ ଆନନ୍ଦ କୁମାରଙ୍କୁ ଶିକ୍ଷା କ୍ଷେତ୍ରରେ ନିଜ ପାରିଦର୍ଶିତା ପାଇଁ ଅନେକ ପୁରସ୍କାର ମିଳିଛି । ଏଣୁ ଏକ ବିଶ୍ୱାଦୃତ ଶିକ୍ଷକଙ୍କ ଠାରୁ କିଛି ପରାମର୍ଶ ପାଇବା ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୌଭାଗ୍ୟର ବିଷୟ ହେବ ବୋଲି ନିମନ୍ତ୍ରଣ ଉଲ୍ଲେଖ ଥିବା ଏନ୍‌ଡିଟିଭି ଜଣାଇଛି ।

ନିମନ୍ତ୍ରଣ ପ୍ରତି ଉତ୍ତରରେ, ଏଭଳି ପ୍ରତିକୁଳ ପରିସ୍ଥିତିରେ ସର୍ବଦା ସକାରାତ୍ମକ ରହିବା ପାଇଁ ପରାମର୍ଶ ଦେବା ସହିତ ବହୁ ବାଧାବିଘ୍ନର ସମ୍ମୁଖୀନ କରି ସଫଳତାର ଶିଖରରେ ପହଞ୍ଚି ପାରିଥିବା ନିଜ ଛାତ୍ର ମାନଙ୍କ ସଫଳତାର କାହାଣୀ ବିଷୟରେ ସମସ୍ତ ଙ୍କ ଆଲୋଚନା କରିବା ସହ ପ୍ରତିକୁଳ ପରିସ୍ଥିତି ହିଁ ସବୁବେଳେ ସୁଯୋଗ ଆଣିଦେଇଥାଏ ବୋଲି ଆନନ୍ଦ କୁମାର କହିଛନ୍ତି ।

ନିଜ କାର୍ଯ୍ୟଦକ୍ଷତା ତଥା ପାରଦର୍ଶିତା ପାଇଁ ଆନନ୍ଦ କୁମାର ଆଜି ବିଶ୍ୱରେ ଆଦୃତ । ସୁପର ୩୦ ମାଧ୍ୟମ ରେ ପାଠପଢା ଖର୍ଚ୍ଚ ବହନ ରେ ଅସମର୍ଥ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ ଙ୍କୁ ମାଗଣାରେ ଶିକ୍ଷାଦାନ କରି ନିଜ ଗୋଡ଼ ରେ ଠିଆ କରାଇବାରେ ସେ ସକ୍ଷମ ହୋଇପାରିଛନ୍ତି ।

Leave A Reply

Your email address will not be published.