ଭୁବନେଶ୍ବର: ଡିସେମ୍ବର, ଜାନୁଆରୀ ଆସିଲେ ସମସ୍ତେ ବୁଲିବା ପାଇଁ , ପିକନିକ୍ କୁ ଯାଇଥାନ୍ତି । ତେବେ ଏହି ସମୟରେ ନିଜର ଖୁସିର ମୁହୁର୍ତ୍ତକୁ ଓ ପ୍ରକୃତିର ସୌନ୍ଦର୍ଯ୍ୟକୁ ସାଇତି ରଖିବାକୁ ଭଲ ଡିଏସଏଲଆର କ୍ୟାମେରା ଟିଏ ଖୋଜୁଛନ୍ତି ତେବେ ଆପଣ ଚିନ୍ତା କରନ୍ତୁ ନାହିଁ । ଫଟୋଗ୍ରାଫି କରିବାକୁ ଯେଉଁମାନେ ଭଲ ପାଆନ୍ତି ଏହି ଖବର ବେଶ୍ ଉପଯୋଗୀ ହେବ । ଆସନ୍ତୁ ଜାଣିବା କିଛି ବଜେଟ୍ ଫ୍ରେଣ୍ଡଲି ଡିଏସଏଲଆର କ୍ୟାମେରା ଯାହାର ଡିଜାଇନ ଓ ଫିଚରରେ ବି ଦମଦାର୍..
KODAK PIXPRO
ଯଦି ଆପଣ ସୁଲଭ ମୂଲ୍ୟରେ ଭଲ କ୍ୟାମେରା ଚାହୁଁଛନ୍ତି, ତେବେ ଆପଣ କୋଡାକର ପିକ୍ସପ୍ରୋ କୁ ଚୟନ କରିପାରିବେ । ଆପଣ ଏହି କ୍ୟାମେରାକୁ ଇ-କମର୍ସ ୱେବସାଇଟ୍ ଆମାଜନରେ ୩୨,୫୦୦ ଟଙ୍କାରେ କିଣି ପାରିବେ ।ଏହି DSLRରେ ୪୨x ଅପ୍ଟିକାଲ୍ ଜୁମ୍ ସହ ୨୦ମେଗାପିକ୍ସେଲ ର ଡିଜିଟାଲ କ୍ୟାମେରା ଦିଆଯାଇଛି । ଏହା ବ୍ୟତୀତ କମ୍ପାନୀ ୨୪mmଚଉଡା ଆଙ୍ଗଲ୍ ଲେନ୍ସ ମଧ୍ୟ ପ୍ରଦାନ କରାଯାଇଛି । କ୍ୟାମେରା ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଏବଂ ଦମଦାର୍ ଅଟେ ।
KODAK PIXPRO AZ405-BK
କୋଡାକ୍ କମ୍ପାନୀର ଆଉ ଏକ କ୍ୟାମେରା, KODAK PIXPRO AZ405-BK ମଧ୍ୟ ସୁଲଭ ମୂଲ୍ୟରେ ଆସେ । ଏହି ଡିଏସଏଲଆରକୁ ଆମାଜନରୁ ୨୪,୯୪୭ ଟଙ୍କାରେ କିଣି ପାରିବେ । ଏହି DSLRରେ କମ୍ପାନୀ ୨୦ମେଗାପିକ୍ସେଲ ର ଡିଜିଟାଲ୍ କ୍ୟାମେରା ଦେଇଛି । ଏଥି ସହ ଏଥିରେ ୪୦X ଅପ୍ଟିକାଲ୍ ଜୁମ୍ ସହିତ ୨୪mm ଚଉଡା ଆଙ୍ଗଲ୍ ଲେନ୍ସ ମଧ୍ୟ ଅଛି । ବ୍ୟକ୍ତିଗତ ବ୍ୟବହାର ପାଇଁ ଏହି କ୍ୟାମେରା ବ୍ୟବହାର କରାଯାଇପାରିବ ।
Canon EOS 3000D DSLR Camera
କାନନ୍ ରEOS 3000D DSLR କ୍ୟାମେରା ମଧ୍ୟ ବଜେଟ୍ ଫ୍ରେଣ୍ଡଲି ଡିଏସଏଲଆର କ୍ୟାମେରା ଅଟେ । ଫ୍ଲିପକାର୍ଟରେ ଏହି ଡିଏସଏଲଆର ର ମୂଲ୍ୟ ହେଉଛି ୩୩,୯୯୦ ଟଙ୍କା । ଏହି DSLR ରେ ୧୮ ମେଗାପିକ୍ସେଲ ଲେନ୍ସ ଅଛି । ଏହି କ୍ୟାମେରା ଫ୍ୟାମିଲି ଫଟୋ ଉଠାଇବା ଏବଂ ବ୍ୟକ୍ତିଗତ ବ୍ୟବହାର ପାଇଁ ବ୍ୟବହାର କରାଯାଇପାରିବ ।
Comments are closed.