ଭୁବନେଶ୍ୱର: ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ । ୪ ସାଙ୍ଗଠନିକ ଜିଲ୍ଲାରେ ଚାରି ଜଣ ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବ୍ୟୋମକେଶ ରାୟଙ୍କୁ ଭଦ୍ରକ ଜିଲ୍ଲା ସଭାପତି ଦାୟିତ୍ୱ ମିଳିଛି । ପୂର୍ବରୁ ଜଗନ୍ନାଥ ସ୍ବାଇଁ ଭଦ୍ରକ ଜିଲ୍ଲା ବିଜେଡି ସଭାପତି ଭାବେ ଦାୟିତ୍ବ ତୁଲାଉଥିଲେ ।
ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ଗଞ୍ଜାମ ଜିଲ୍ଲାରେ ଦୁଇ ଜଣ କାର୍ଯ୍ୟକାରୀ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ମିଳିଛି । ସେମାନେ ହେଲେ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଓ ଭଗବାନ ଗନ୍ତାୟତ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି । ପି. ଗୌରୀଶଙ୍କରଙ୍କୁ ରାୟଗଡ଼ା କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଛି । ସେହିପରି ରାଇସେନ ମୁର୍ମୁଙ୍କୁ ମୟୂରଭଞ୍ଜ-୨ର କାର୍ଯ୍ୟକାରୀ ସଭାପତି ଭାବେ ସୁପ୍ରିମୋ ନିଯୁକ୍ତି ଦେଇଛନ୍ତି ।