Latest Odisha News

BREAKING NEWS

କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଭୁବନେଶ୍ୱର ନୟାପଲ୍ଲୀର ଏହିସବୁ ଅଞ୍ଚଳ

ଭୁବନେଶ୍ୱର: ସ୍ଥାନୀୟ ଅଞ୍ଚକରେ ଅନେକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଗୁରୁବାର ଦିନ ନୟାପଲ୍ଲୀ ଅଞ୍ଚଳରେ ସୀତାପୁର ବସ୍ତି ଏବଂ ତ୍ରିନାଥ ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି।

କଣ୍ଟେନମେଣ୍ଟ ଜୋନ୍:

ଡ଼. ମିଲନ୍ ପାଟିଲଙ୍କ ଘର ଠାରୁ ସୀତାପୁର ବସ୍ତି

ଆହ୍ଲାବାଦ ବ୍ୟାଙ୍କ ଠାରୁ ଦୁର୍ଗା ମଣ୍ଡପ

ଦୁର୍ଗା ମଣ୍ଡପ ଠାରୁ ତାରିଣୀ ମନ୍ଦିର

ତାରିଣୀ ମନ୍ଦିର ଠାରୁ କବାଡି ଦୋକାନ

ନବାର୍ଡ଼ର ପଛପାଖ ଅଞ୍ଚଳ

ସରକାରୀ ବିଜ୍ଞପ୍ତିରେ ଅନୁସାରେ “ଜୁଲାଇ ୧୭ ତାରିଖ ଯାଏଁ ଏହିସବୁ ଅଞ୍ଚଳରେ ସମସ୍ତ ଦୋକାନ ଏବଂ ଅନୁଷ୍ଠାନ ବନ୍ଦ ରହିବ।

ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୪ ନମ୍ବର ମାର୍କେଟକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି ।

Comments are closed.