ଭୁବନେଶ୍ବର: ଆଜିର ଦିନରେ ଗୁରୁତର ସ୍ବାସ୍ଥ୍ୟ ସମସ୍ଯା ଭାବେ ଡାଇବେଟିସ୍ ସାମ୍ନାକୁ ଆସିଛି । କାରଣ ଏବେର ଲାଇଫଷ୍ଟାଇଲ, ଖାଦ୍ୟପେୟର ଅଭ୍ୟାସ, ବ୍ୟାୟାମର ଅଭାବ ଏହି ରୋଗର କାରଣ । ତେବେ ଡାଇବେଟିସ୍ ରେ ଆକ୍ରାନ୍ତ ହୋଇଥିଲେ ଲୋକମାନେ କେଉଁ ଫଳ ଖାଇବେ କିମ୍ବା ଖାଇବେ ନାହିଁ ଏହାକୁ ନେଇ ଚିନ୍ତାରେ ପଡିଯାଆନ୍ତି । କିଛି ଫଳ ଖାଇବା ପରେ ଶରୀରରେ ରକ୍ତ ଶର୍କରା ଖୁବ୍ ବଢିଯାଇଥାଏ । ତେଣୁ ଆସନ୍ତୁ ଜାଣିବା ଏହି ଲିଷ୍ଟରେ କେଉଁ କେଉଁ ଫଳ ରହିଛି…
-କିୱିରେ ଭିଟାମିନ ସି, ଆଣ୍ଟିଅକ୍ସିଡ଼ାଣ୍ଟ ଓ ଅନ୍ୟ ଜରୁରୀ ପୋଷକତତ୍ତ୍ବରେ ଭରପୂର । ଏହାକୁ ଖାଇବା ଦ୍ବାରା ହାର୍ଟ ଭଲ ରହିଥାଏ । ଏଥିସହ ଏହା ଆମର ହାଡ଼କୁ ମଧ୍ୟ ସୁସ୍ଥ ରଖିଥାଏ । ଜାଣିରଖନ୍ତୁ ,୧୦୦ ଗ୍ରାମ କିୱିରେ ମାତ୍ର ନଅ ଗ୍ରାମ ଚିନି ରହିଥାଏ ।
-ଷ୍ଟ୍ରବେରୀ ସ୍ବାଦରେ ମିଠା ଲାଗେ । କିନ୍ତୁ ୧୦୦ ଗ୍ରାମ ଷ୍ଟ୍ରବେରୀରେ ମାତ୍ର ୭ଗ୍ରାମ ଚିନି ରହିଥାଏ । ଡାଇବେଟିସ୍ ରୋଗୀ ଏହି ଫଳ ଖାଇ ପାରିବେ ।
-ଆଭୋକାଡ଼ୋରେ ଭିଟାମିନ C, E ଓ K ରହିଥାଏ । ଏହା ଆପଣଙ୍କ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଡାଇବେଟିସ୍ ପୀଡ଼ିତ ଏହି ଫଳକୁ ଖାଇପାରିବେ ।
-ଲେମ୍ବୁ, କମଳାରେ ଆଣ୍ଟି ଅକ୍ସିଡ଼ାଣ୍ଟସ୍ ରହିଥାଏ । ଏଥିରେ ଥିବା ଫାଇବର ଶରୀରର ପାଚନ ପ୍ରକ୍ରିୟାକୁ ମଜବୁତ କରିଥାଏ । ତେଣୁ ଡ଼ାଇବେଟିସରେ ପୀଡ଼ିତ ବ୍ୟକ୍ତିମାନଙ୍କୁ ଦୈନିକ ଆହାରରେ ଏହି ଫଳ ଗୁଡ଼ିକୁ ସାମିଲ କରି ପାରିବେ।
-ଡାଳିମ୍ବ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ, କାରଣ ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
-ନାସପତିରେ ୮୪% ପର୍ଯ୍ୟନ୍ତ ପାଣି ଥାଏ। ଏଥିରେ ପ୍ରଚୁର ପରିମାଣରେ ଫାଇବର ଏବଂ ଭିଟାମିନ୍ ମଧ୍ୟ ଥାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
Comments are closed.