Latest Odisha News

BREAKING NEWS

ରାଉରକେଲାର ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ରାଉରକେଲା: କରୋନାର ଦ୍ୱିତୀୟ ତରଙ୍ଗ ଭୟଙ୍କର ହେଉଥିବା ବେଳେ ଶନିବାର ଦିନ ରାଉରକେଲାର ତିନୋଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲାଗୁ କରାଯିବ ବୋଲି ରାଉରକେଲା ମ୍ୟୁନିସିପାଲିଟି କର୍ପୋରେସନ୍ (ଆରଏମସି) ଏକ ବିଜ୍ଞପ୍ତିରେ କହିଛି।

ଏହି ତିନୋଟି ଅଞ୍ଚଳ ହେଉଛି କଳିଙ୍ଗ ବିହାର କୋ-ଅପରେଟିଭ୍ କଲୋନୀ, ସିଭିଲ୍ ଟାଉନସିପ୍ (ଏନ୍‌-୪) ଏବଂ ଛେଣ୍ଡ୍ (ଏଲ୍‌ସିଆର୍‌ କ୍ୱାର୍ଟର୍ସ)।

ଆରଏମସି ଏହି ଅଞ୍ଚଳର ବାସିନ୍ଦାଙ୍କୁ ନିଜ ଘରେ ରହିବାକୁ କହିଛି। ଏହାସହ ଏହି ଅଞ୍ଚଳରେ ଯାନବାହନ ଚଳାଚଳ ସହିତ ସମସ୍ତ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଏହି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଗୁଡିକରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଯୋଗାଇବାରେ ମ୍ୟୁନିସିପାଲିଟି କର୍ପୋରେସନ୍ ସାହାଯ୍ୟ କରିବ ବୋଲି ଜଣାପଡ଼ିଛି।

Comments are closed.