Latest Odisha News

BREAKING NEWS

ଆଇଓସିର ଦୃଢ଼ୋକ୍ତି, ଟୋକିଓ ଅଲିମ୍ପିକ୍ସ ନିଶ୍ଚିତ ହେବ !

ଟୋକିଓ: କରୋନା ମହାମାରୀର ଦ୍ୱିତୀୟ ଲହରୀ ପରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ ଉପୁଜୁଛି । ଏପରିକି ଜାପାନ ଜନସାଧାରଣ ଧିରେ ଧିରେ ଏଥିପ୍ରତି ବିମୁଖ ହେଲେଣି । ଏହି ଅବସରରେ କିନ୍ତୁ ଶନିବାର ଆନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଦୃଢ଼ ଭାବରେ କହିଛି ସେ ଯାହା ବି ହେଉ ଟୋକିଓ ଅଲିମ୍ପିକ୍ସ ନିଶ୍ଚିତ ଭାବେ ହେବ ।

୨୩ ଜୁଲାଇରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ଅଲିମ୍ପିକ ଆୟୋଜନ ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି । ୧୭ ମେରୁ ଅଲିମ୍ପିକ ଟର୍ଚ୍ଚ ରିଲେ ଇଭେଂଟରେ ଯୋଗ ଦେବା ପାଇଁ ଆଇଓସି ଭାଇସ ପ୍ରେସିଡେଂଟ ଜାପାନ ଗସ୍ତରେ ଯିବେ । ସେଠାରେ ସେ ଜାପାନର ପ୍ରଧାନମନ୍ତ୍ରୀ ୟେଶିହିଦୋ ସୁଗୋଙ୍କୁ ଭେଟିବେ । ଆଇଓସି ଇତି ମଧ୍ୟରେ ଫାଇଜର ଓ ବାଓଏନଟେକ ସହ ଚୁକ୍ତି କରି ସାରିଛି । ଏହି କମ୍ପାନୀ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କୁ କରୋନା ଭ୍ୟାକ୍ସିନ ଦେବେ ।

Leave A Reply

Your email address will not be published.