Latest Odisha News

ବଲିଉଡ ତାରକାଙ୍କ ଏହି ଅଜବ ଅଭ୍ୟାସ; ଜାଣିଲେ ହୋଇଯିବେ ଚକିତ !

ଭୁବନେଶ୍ୱର: ନିଜ ପସନ୍ଦର ଷ୍ଟାରଙ୍କ ପାଇଁ ପ୍ରଶଂସକ ଏକ ପ୍ରକାର ପାଗଳ ପ୍ରାୟ। ନିଜ ପ୍ରିୟ ଅଭିନେତାଙ୍କୁ ଫଲୋ କରିବା ସହ ସେମାନଙ୍କ ଲାଇଫ ଷ୍ଟାଇଲ କୁ ଫଲୋ କରିବା ଏକ ପ୍ରକାରର ରୁଚି ହୋଇ ଗଲାଣି।

ପରଦାରେ ପରଫେକ୍ଟ ଦେଖାଯାଉଥିବା ଏହି ରିଲ ଷ୍ଟାର ମାନେ ରିୟଲ ଲାଇଫ ରେ କେମିତି ଆସନ୍ତୁ ଜାଣିବା।

ସବୁ ଷ୍ଟାର ବାସ୍ତବ ଜୀବନରେ ଯେକୌଣସି ସାଧାରଣ ବ୍ୟକ୍ତିଙ୍କ ପରି ଅଟନ୍ତି । ବଲିଉଡ ସେଲିବ୍ରିଟିମାନଙ୍କର କିଛି ଅଦ୍ଭୁତ ଅଭ୍ୟାସ ସମ୍ପର୍କରେ ଆମେ କହିବୁ ଯାହା ଆପଣଙ୍କୁ ଚକିତ କରିଦେବ।

ଶାହରୁଖ ଖାନ: ବଲିଉଡ ବାଦଶାହା ଶାହାରୁଖ ଖାନ । ଶାହରୁଖ ଅନେକ ସମୟରେ ଜୋତା ପିନ୍ଧି ଶୋଇବାକୁ ଯାଆନ୍ତି । ଏହା ବ୍ୟତୀତ, SRK ସେଲଫି ନେବାକୁ ପସନ୍ଦ କରନ୍ତି ନାହିଁ ଏବଂ ସେ ଖାଉଥିବା ସମୟରେ ମଧ୍ୟ ଫଟୋ ଉଠାଇବାକୁ ଘୃଣା କରନ୍ତି ।

ଅମୀର ଖାନ: ବଲିଉଡର ଆଗଧାଡ଼ିର ହିରୋ ଅମୀର ଖାନ ତାଙ୍କ ବାସ୍ତବ ଜୀବନରେ ଆଦୌ ଫରଫେକ୍ଟ ନୁହଁନ୍ତି | ଖବର ଅନୁଯାୟୀ, ଅମୀର ଗାଧୋଇବାକୁ ଘୃଣା କରନ୍ତି। ବୋଧହୁଏ, ସେ ନିଜ ଚଳଚ୍ଚିତ୍ର ନିର୍ମାଣ ପାଇଁ ସମୟ ବଞ୍ଚାଇବାକୁ ଚାହାଁନ୍ତି!

ସଲମାନ ଖାନ: ସାରା ବିଶ୍ୱର ବିଭିନ୍ନ ପ୍ରକାରର ସାବୁନ ସଂଗ୍ରହ କରିବାରେ ଏହି ଦବଙ୍ଗ ଅଭିନେତାଙ୍କର ଆଗ୍ରହ ରହିଛି ।

ସୁସ୍ମିତା ସେନ୍ – ପୂର୍ବତନ ମିସ୍ ୟୁନିଭର୍ସ ସାପକୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କ ଘରେ ଏକ ପୋଷା ଅଜଗର ମଧ୍ୟ ରଖିଛନ୍ତି । ସେ ଖୋଲା ଆକାଶ ତଳେ, ଖୋଲା ଟେରିସ ବାଥରୁମରେ ଗାଧୋଇବାକୁ ମଧ୍ୟ ପସନ୍ଦ କରନ୍ତି।

ସୈଫ ଅଲ୍ଲୀ ଖାନ: ଛୋଟେ ନବାବ ପଢିବାକୁ ବହୁତ ପସନ୍ଦ କରନ୍ତି । ସେ ପ୍ରତିଦିନ କିଛି ନା କିଛି ନୂଆ ପଢ଼ନ୍ତି। ସୈଫ ନିଜ ବାଥରୁମରେ ଏକ ଲାଇବ୍ରେରୀ ପ୍ରସ୍ତୁତ କରିଛନ୍ତି ।

ବିଦ୍ୟା ବାଲାନ୍: ଅଭିନେତ୍ରୀ ବିଦ୍ୟା ନିଜ ପାଖରେ ମୋବାଇଲ୍ ଫୋନ୍ ରଖିବାକୁ ପସନ୍ଦ କରନ୍ତି ନାହିଁ | ବୋଧହୁଏ, ବିଦ୍ୟା ତାଙ୍କ ଫୋନ୍ ନଦେଖି କିଛି ଦିନ ରହିପାରିବେ ।

ରାନୀ ମୁଖାର୍ଜୀ : ୯୦ ଦଶକର ଆଗଧାଡ଼ିର ଅଭିନେତ୍ରୀ ରାନୀ ମୁଖାର୍ଜୀ ଜଣେ ଚେନ ସ୍ମୋକର ।

ପ୍ରୀତି ଜିଣ୍ଟା: ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା ବାଥରୁମ ପରିଷ୍କାର କରିବାକୁ ଭଲ ପାଆନ୍ତି । ଯେବେ ବି ସେ କୌଣସି ହୋଟେଲରେ ରହିବାକୁ ଯାଆନ୍ତି ପ୍ରଥମେ ବାଥରୁମ ଉପରେ ନଜର ପକାନ୍ତି ।

ଆୟୁଷ୍ମାନ ଖୁରାନା: ଆୟୁଷମାନ ନିଜର ଦାନ୍ତର ଯତ୍ନ ନେବାକୁ ଖୁବ ଭଲ ପାଆନ୍ତି । ସେ ଯେଉଁଆଡେ ଯାଆନ୍ତି ତାଙ୍କର ଡେଣ୍ଟାଲ କିଟ୍ ସାଙ୍ଗରେ ନେଇକରି ଯାଆନ୍ତି । ସେ ଅନେକ ଥର ଦାନ୍ତ ମଧ୍ୟ ଘଷନ୍ତି ।

ଅମିତାଭ ବଚ୍ଚନ – ପୁଅ ଅଭିଷେକ ଏବଂ ବୋହୂ ଐଶ୍ୱର୍ଯ୍ୟା ସୁଟିଂ ପାଇଁ ଦେଶ ବାହାରେ ଥିବାବେଳେ ବଲିଉଡର ଏହି କିମ୍ବଦନ୍ତୀ ଅଭିନେତା ହାତରେ ୨ ଟି ଘଣ୍ଟା ପିନ୍ଧିବାକୁ ପସନ୍ଦ କରନ୍ତି। ଗୋଟିଏ ଘଣ୍ଟାରେ ଭାରତୀୟ ସମୟ ଏବଂ ଅନ୍ୟଟିରେ ତାଙ୍କ ପରିବାର ସଦସ୍ୟ ରହୁଥିବା ସ୍ଥାନର ଟାଇମ୍ ସେଟ କରାଯାଇଥାଏ। ନେଟୱାର୍କ ସମସ୍ୟାକୁ ଏଡାଇବା ପାଇଁ ଅମିତାଭ ଏକାଧିକ ଫୋନ୍ ମଧ୍ୟ ବ୍ୟବହାର କରନ୍ତି।

Comments are closed.