Latest Odisha News

Trump On Ind-Pak ceasefire: ‘ପରମାଣୁ ଯୁଦ୍ଧ ମୁହାଁ ଭାରତ ଏବଂ ପାକିସ୍ତାନ…’, ବୁଝୁନି ଟ୍ରମ୍ପଙ୍କ ମନ…

ନୂଆଦିଲ୍ଲୀ: ବୁଝୁନି ରାଷ୍ଟ୍ରପତି ଟ୍ରମ୍ପଙ୍କ ମନ

ବାରମ୍ଵାର ଦୋହରାଇ ନିଜକୁ ବୁଝାଉଛନ୍ତି

ୟାକୁ ମିଶେଇ ୩୬ ଥର କରିସାରିଲେଣି ଦାବି

“ଭାରତ-ପାକିସ୍ତାନ ଯୁଦ୍ଧ ମୁଁ ରୋକିଛି”

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିଦିନ କିଛି ଏପରି କରନ୍ତି ଯାହା ତାଙ୍କୁ ଶିରୋନାମାରେ ରଖେ। ବର୍ତ୍ତମାନ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ନୋବେଲ ଶାନ୍ତି ପୁରସ୍କାର ଉପରେ। ଟ୍ରମ୍ପ ଏହି ପୁରସ୍କାର ଗ୍ରହଣ କରିବା ପାଇଁ ନରୱେ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ। ସେ କହିଥିଲେ ଯେ ନରୱେ ନୋବେଲ ଶାନ୍ତି ପୁରସ୍କାରକୁ ନିୟନ୍ତ୍ରଣ କରେ ଏବଂ ଟ୍ରମ୍ପଙ୍କୁ ଏହି ସମ୍ମାନ ମିଳିବା ଉଚିତ। ଆଉ ଏହି ଚିଠିରେ ପୁଣି ସେ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିବାର ଶ୍ରେୟ ମଧ୍ୟ ନେଇଥିଲେ। ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିବା ସମ୍ପର୍କରେ ଟ୍ରମ୍ପ କହିଛନ୍ତି ଯେ ଉଭୟ ଦେଶ ପାଖରେ ପରମାଣୁ ଅସ୍ତ୍ର ଅଛି। ଉଭୟ ପରମାଣୁ ଯୁଦ୍ଧ ଆଡକୁ ବି ମୁହାଁଇଥିଲେ, କିନ୍ତୁ ସେ ଏହାକୁ ରୋକିଛନ୍ତି। ତେବେ ଟ୍ରମ୍ପଙ୍କ ଏହି ଦାବି ପ୍ରଥମ ନୁହେଁ, ୟାକୁ ମିଶେଇ ୩୬ ଥର ଟ୍ରମ୍ପ୍ ଏହି ଦାବି କରିସାରିଲେଣି। ଆଉ ସେତିକି ଥର ଏହାକୁ ନାକଚ କରିଛି ଭାରତ। ଟ୍ରମ୍ପ ବାରମ୍ବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ଦାବି ସତ୍ତ୍ଵେ, ଭାରତ ଏହାକୁ କେବେ ଗ୍ରହଣ କରିନାହିଁ।

ଖାଲି ସେତିକି ନୁହେଁ ଟ୍ରମ୍ପ ଭାରତ-ପାକିସ୍ତାନ ଯୁଦ୍ଧ ସମେତ ଆଉ ୮ ଯୁଦ୍ଧ ସମାପ୍ତ କରିଥିବା ଦାବି କରିଛନ୍ତି। ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ସେ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇଛନ୍ତି। ସେ ଦାବି କରିଛନ୍ତି ସେ ନୋବେଲ ପୁରସ୍କାର ଅପେକ୍ଷା ଲୋକଙ୍କ ଜୀବନ ବିଷୟରେ ଅଧିକ ଚିନ୍ତା କରନ୍ତି। ସେ ଏପର୍ଯ୍ୟନ୍ତ ଆଠଟି ଯୁଦ୍ଧ ବନ୍ଦ କରିଛନ୍ତି ଏବଂ ଶୀଘ୍ର ନବମ ଯୁଦ୍ଧ ବନ୍ଦ କରିବେ। ତେଣୁ ତାଙ୍କ ଅପେକ୍ଷା ନୋବେଲ ଶାନ୍ତି ପୁରସ୍କାର ପାଇଁ ଆଉ କେହି ଯୋଗ୍ୟ ନୁହଁନ୍ତି। ଟ୍ରମ୍ପ କହିଛନ୍ତି ଯେ ମାରିଆ ମାଚାଡୋ ଚାହୁଁଥିଲେ ଯେ ଆମେରିକାର ରାଷ୍ଟ୍ରପତି ନୋବେଲ ପୁରସ୍କାର ପାଆନ୍ତୁ। ଟ୍ରମ୍ପ ନରୱେକୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ ନରୱେ ନୋବେଲ ପୁରସ୍କାର ପ୍ରଦାନ କରୁଥିବା ବୋର୍ଡକୁ ନିୟନ୍ତ୍ରଣ କରେ। ଟ୍ରମ୍ପ ପୂର୍ବତନ ଆମେରିକାର ରାଷ୍ଟ୍ରପତି ବାରାକ ଓବାମାଙ୍କୁ ମଧ୍ୟ ସମାଲୋଚନା କରିଥିଲେ, ଯାହାକୁ ୨୦୦୯ ରେ ପଦ ଗ୍ରହଣ କରିବା ପରେ ତୁରନ୍ତ ନୋବେଲ ପୁରସ୍କାର ଦିଆଯାଇଥିଲା। ଟ୍ରମ୍ପ କହିଛନ୍ତି ଯେ ଓବାମା ଦେଶ ପାଇଁ କିଛି କରିନଥିଲେ।

Comments are closed.