ଭୁବନେଶ୍ବର: କଟକ ଚୌଦ୍ବାର ପରେ ଏବେ ଚନ୍ଦକା ଥାନାରୁ ଫେରାର ହେଇଗଲା ଚୋର । କନେଷ୍ଟବଳଙ୍କୁ ଧକ୍କା ଦେଇ କାଲି ଚନ୍ଦକା ଥାନାରୁ ଚମ୍ପଟ ମାରିଛି ଚୋର । ଅଭିଯୁକ୍ତ ଜଣକ ହେଉଛି ପଶ୍ଚିମବଙ୍ଗର ରାଜା । ଫୋନ ଚୋରି ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା ।
ସୂଚନା ଅନୁସାରେ ଗତମାସ ୨୮ ତାରିଖ ରାତିରେ ଏକ ଆଇଫୋନ ଚୋରି ହୋଇଥିଲା । ସେହି ଅଭିଯୋଗ ତଦନ୍ତ କରି ୨ ଦିନ ପୂର୍ବେ ଚନ୍ଦକା ପୋଲିସ ରାଜାକୁ ଧରି ଆଣି ଅଧିକ ପଚରାଉଚରା କରୁଥିଲା । ବାନ୍ତି ଲାଗୁଥିବା ବାହାନା କରି ବାଥରୁମ ଯାଇଥିବାବେଳେ, ଅଭିଯୁକ୍ତ ଜଣଙ୍କ ଚାଲାକି କରି ପାଖରେ ଠିଆ ହୋଇଥିବା ଜଣେ କନେଷ୍ଟବଳଙ୍କୁ ଧକ୍କା ଦେଇ ଦୌଡ଼ି ପଳାଇଥିଲା ।
କର୍ମଚାରୀ ଥାଇ ମଧ୍ୟ ଚୋର ଖସି ପଳାଇଯିବାକୁ ନେଇ ଏବେ ଚନ୍ଦକା ଥାନାର ଢିଲା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Comments are closed.