Latest Odisha News

BREAKING NEWS

ଚୋରି କରି ପଳାଇବାବେଳେ ସିସିଟିଭି ପୁଟେଜ ଦେଖି କାବୁ କଲେ ସ୍ଥାନୀୟ ଲୋକ

ଭଦ୍ରକ: ଘର ଭିତରେ ପଶି ଚୋରି କରି ପଳେଇବା ସମୟରେ କାବୁ କଲେ ସ୍ଥାନୀୟ ଲୋକ । ଏହିପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହରର ବନ୍ତ ଛକର ମଣ୍ଡଳ ଫୁଡ଼ସ ନିକଟରେ । ପରେ ଚୋରକୁ ପୋଲିସ ନିକଟରେ ଜିମା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଭଦ୍ରକ ସହର ମନୋରଞ୍ଜନ ପଣ୍ଡା ଓ ସଂଗ୍ରାମ ବିଶ୍ୱାଳଙ୍କ ଘରୁ ଚୋରି କରିଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିଲା । ଚୋରି କରି ପଳାଇଯିବା ସମୟରେ ସ୍ଥାନୀୟ ଲୋକ ଦେଖି ତାଙ୍କୁ ଅଟକ ରଖିଥିଲେ । ପରେ ଟାଉନ ଥାନାକୁ ଖବର ଦେବାରୁ ଟାଉନ ଥାନା ଅଧିକାରୀ ଉମାକାନ୍ତ ନାୟକ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଥାନାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ଭଦ୍ରକ ସହରରେ ପ୍ରତିଦିନ ଲୁଟ୍ ଘଟଣା ଘଟୁଛି । ମହିଳାଙ୍କ ବେକରୁ ସୁନାଗହଣାଠୁ ଆରମ୍ଭ କରି ମନ୍ଦିର ଲୁଟ୍ ଘଟଣା ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି । ଏମାନେ ବ୍ରାଉନ ସୁଗାର ଖାଇବା ପାଇଁ ଏହି ଚୋରି କରୁଥିବା ସୂଚନା ମିଳିଛି ।

Comments are closed.