Latest Odisha News

BREAKING NEWS

ଚକିତକର ଚୋରି, ଚମତ୍କାର ନା ଅଳସୁଆମୀ ?

ସହଜପୁର(ମ.ପ୍ର): ସାମ୍ନାକୁ ଆସିଛି ଏକ ଚକିତକର ଚୋରି ମାମଲା । ସାଧାରଣତଃ ଚୋର ଚୋରି କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥାଏ । ହେଲେ ମଧ୍ୟପ୍ରଦେଶରେ ଏକ ଚୋର ନିଜ ପେଶା ପାଇଁ ନୁହେଁ ବରଂ ଅଳସୁଆପଣ ପାଇଁ ପୋଲିସ ହାତରେ ଧରାପଡିଛି । ଘଟଣାଟି ପୋଲିସକୁ ଯେତିକି ତାଜୁବ କରିଥିଲା ତାଠୁ ଅଧିକ ଏହି ମାମଲାଟି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

ସହଜପୁରର ଲାଲବାଇ-ଫୁଲବାଇ ମାତା ମନ୍ଦିରରେ ଏକ ଚୋର ବୁଲାଇଥିଲା କଳାକନା । ହେଲେ ତା ପରେ ଏମିତି କିଛି ଘଟିଥିଲା ଯାହା ପାଇଁ ଚୋରଟି ସେଠୁ ଫେରାର ନହୋଇ ଶୋଇପଡିଥିଲା । ରିପୋର୍ଟ ଅନୁଯାୟୀ ଚୋରଟି ତାଲା ଭାଙ୍ଗି ମନ୍ଦିରରୁ ମୂଲ୍ୟବାନ ସାମଗ୍ରୀ ଚୋରି କରି ଚମ୍ପଟ୍ ମାରିବାକୁ ଯୋଜନା କରିଥିଲା । ହେଲେ ପାଖରେ ଥିବା ଏକ ଖଟ ଉପରେ ତା ନଜର ପଡିବା ପରେ ଟିକେ ବିଶ୍ରାମ ନେବାକୁ ଅଟକିଯାଇଥିଲା ।

ତେବେ ବିଶ୍ରାମ ନେଉଥିବାବେଳେ ଚୋରଟି ଅଜାଣତରେ ମନ୍ଦିର ପରିସରରେ ନିଘୋଡ ନିଦରେ ଶୋଇପଡିଥିଲା । ତାଲା ଭଙ୍ଗାହୋଇଥିବା ଓ ଜଣେ ଅଜଣା ବ୍ୟକ୍ତିଙ୍କୁ ଶୋଇଥିବା ଦେଖି ମନ୍ଦିରର ପୂଜାରୀ ପୋଲିସକୁ ଖବର ଦେଇଥିଲେ । ମନ୍ଦିରରେ ପୋଲିସ ପହଂଚି ଚୋରଟିକୁ ଉଠାଇବାକୁ ଚେଷ୍ଟା କରିଥିଲା । ହେଲେ ଚୋରଟି ଉଠିବା ପରିବର୍ତ୍ତେ ବାହାରେ ଥଣ୍ଡା ହେଉଥିବାରୁ ଆଉ କିଛି ସମୟ ଶୋଇବାକୁ ନିଦରେ ବାଉଳି ହୋଇଥିଲା । ତେବେ କୌଣସିମତେ ଚୋରକୁ ଉଠାଇ ପୋଲିସ ଥାନାକୁ ନେବାରେ ଓ ସକ୍ଷମ ହୋଇଥିଲା ।

ପୋଲିସ ଜେରାରେ ଚୋରଟି କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲାବେଳେ ନିଜ ପରିଚୟ ବି ଦେବାରେ ବିଫଳ ହୋଇଛି । ଅନ୍ୟପଟେ ଲୋକେ କହୁଛନ୍ତି ଏହା ଭଗବାନଙ୍କ ଚମତ୍କାର । ସେଥିପାଇଁ ଚୋରଟି ଚୋରି କରି ସୁଦ୍ଧା ମନ୍ଦିର ପରିସର ବାହାରକୁ ଯାଇନପାରି ଶୋଇପଡିଥିଲା ।

Leave A Reply

Your email address will not be published.