Latest Odisha News

ଜୁନିୟର ହକି ବିଶ୍ୱକପ : କ୍ୱାର୍ଟରରେ ଭାରତ

ଭୁବନେଶ୍ୱର: ଏଠାରେ ଚାଲିଥିବା ଜୁନିୟର ହକି ବିଶ୍ୱକପରେ ଭାରତର ଚମତ୍କାର ପ୍ରଦର୍ଶନ ଜାରୀ ରହିଛି । ଶନିବାର ଭାରତ ଶୃଙ୍ଖଳିତ ପ୍ରଦର୍ଶନ କରିବା ସହ ୮-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ବିଜୟ ଭାରତ ପାଇଁ ଜରୁରୀ ହୋଇ ପଡିଥିଲା । ସଞ୍ଜୟ(୪ର୍ଥ, ୫୮ତମ), ଅରଜିତ ସିଂ (୮ମ, ୬୦ତମ) ଓ ଚିରାମାକୋ ସୁଦୀପ(୨୪ତମ, ୪୦ତମ) ମିନିଟରେ ୨ଟି ଲେଖାଁଏ ଗୋଲ ସ୍କୋର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉତମ ସିଂ ଓ ଶାରଦା ନନ୍ଦ ତିୱାରୀ ଗୋଟିଏ ଲେଖାଏ ଗୋଲ ଦେଇଥିଲେ ।

ଦ୍ୱିତୀୟାର୍ଦ୍ଧରେ ପୋଲାଣ୍ଡ ଆକ୍ରମଣାତ୍ମକ ପ୍ରଦର୍ଶନ କରି ୨ଟି ଗୋଲ ସ୍କୋର କରିଥିଲେ ମଧ୍ୟ ତାହା କେବଳ ବ୍ୟବଧାନ କମାଇବାରେ ସହାୟ ହୋଇଥିଲା । ଏହି ୨ଟି ଗୋଲ ରୁଟୋକୋୱାସ୍କି ୱଜେଇଚ ଓ ରବର୍ଟ ପାୱାଲକ ଦେଇଥିଲେ ।

Leave A Reply

Your email address will not be published.