ନୂଆଦିଲ୍ଲୀ: କୋଭିଡ-୧୯କୁ ରୋକିବା ପାଇଁ ଭାରତ ବାୟୋଟେକ ଏକ ଇଂଟ୍ରୋନାଜାଲ ଭ୍ୟାକ୍ସିନ ପ୍ରସ୍ତୁତ କରୁଛି । ସୋମବାର ବିବିଭି-୧୫୪ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ସମ୍ପୂର୍ଣ୍ଣ ହୋଇଥିବାରୁ ଖୁବ ଶୀଘ୍ର ଏହାକୁ ବ୍ୟବହାର କରାଯିବ ବୋଲି କମ୍ପାନୀ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ଡ୍ରଗ ରେଗ୍ୟୁଲଟରକୁ କମ୍ପାନୀ ପକ୍ଷରୁ ଭ୍ୟାକ୍ସିନର ସମ୍ପୂର୍ଣ୍ଣ ଡାଟା ପ୍ରଦାନ କରାଯାଇଛି । ପ୍ରଥମ ଓ ଦ୍ୱିତୀୟ ଟ୍ରାଏଲରେ ଏହା ନିରାପଦ ଓ ଇମ୍ୟୁନେଜିନକ ସାବ୍ୟସ୍ତ ହୋଇଥିଲା । ଯେଉଁମାନେ ୨ଟି ଯାକ ଡୋଜ ନେଇ ସାରିଛନ୍ତି ସେମାନେ ଏବେ ଏହାକୁ ବୁଷ୍ଟର ଡୋଜ ଭାବେ ନେଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏବେ ନାକ ମାଧ୍ୟମରେ ଏହି ଭ୍ୟାକ୍ସିନ ନିଆ ଯାଇପାରିଥିବାରୁ ସମସ୍ତେ ଏହାକୁ ସହଜ ଭାବେ ବ୍ୟବହାର କରିପାରିବେ । ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆମେ ଏହି ଭ୍ୟାକ୍ସିନର ସଫଳ ଟ୍ରାଏଲ କରିପାରିଥିବାରୁ ଗର୍ବିତ ବୋଲି ଭାରତ ବାୟୋଟେକର ଜଂଏଟ ମ୍ୟାନେଜିଂ ଡାଇରେକ୍ଟର ସୁଚିତ୍ରା କେ ଏଲ କହିଛନ୍ତି । ଭାରତ ବାୟୋଟେକ ଓ ୱାଶିଂଟନ ୟୁନିଭରସିଟି ସ୍କୁଲ ଅଫ ମେଡିସିନ ମିଳିତ ଭାବେ ଏହି ନାଜାଲ ଭ୍ୟାକ୍ସିନ ପ୍ରସ୍ତୁତ କରିଛନ୍ତି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.