Latest Odisha News

BREAKING NEWS

ଜଗତସିଂହପୁରରେ ବନ୍ୟା ମୁକାବିଲା ପାଇଁ ପହଞ୍ଚିଲା ଏନଡିଆରଏଫ

ପାରାଦୀପ: ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସୋମବାର ପାରାଦୀପରେ ଏନଡିଆରଏଫ ର ଏକ ୨୫ ଜଣିଆ ଟିମ୍ ପହଞ୍ଚିଛନ୍ତି ।

ମହାନଦୀର ଜଳ ସ୍ତର ବୃଦ୍ଧି ପାଉଥିବାରୁ ଏହାର ଶାଖା ନଦୀ ଗୁଡ଼ିକରେ ବନ୍ୟା ପରିସ୍ଥିତ ସମ୍ଭାବ୍ୟ । ତେଣୁ ନଦୀ କୂଳବର୍ତ୍ତୀ ଗ୍ରାମ ଗୁଡ଼ିକରେ ଜିଲ୍ଲା ପ୍ରଶାସନ ସତର୍କ ଦୃଷ୍ଟି ରଖିଛି ।

ଜିଲ୍ଲାରେ ଥିବା ପାଇକା, ଚିତ୍ରୋତ୍ପଳା, ଦେବୀ ନଦୀ ଓ ମହାନଦୀରେ ଜଳ ସ୍ତର ବୃଦ୍ଧି ପାଉଛି। ତେଣୁ ନଦୀ କୂଳରେ ଥିବା ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପ୍ରାଥମିକତା। ଏଥି ପାଇଁ ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି ସୂଚନା ଦିଆଯାଇଛି ।

୨୫ ଜଣିଆ ଏନଡିଆରଏଫ ଟିମ୍ ପାରାଦୀପରେ ପହଞ୍ଚିବା ସହିତ ବିଭିନ୍ନ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ମଙ୍ଗଳବାର ସୁଦ୍ଧା ତିର୍ତ୍ତୋଲ ବ୍ଲକର ଉକୁସାହି ଘାଇ ନିକଟରେ ଥିବା ଗ୍ରାମ ଓ କୁଜଙ୍ଗ ବ୍ଲକର ଜିଲ୍ଲାନାସୀ, କୁଦୁମାଳ, ହସୁଂରା, ବାଲିକଣି ଆଦି ଗ୍ରାମରେ ବନ୍ୟା ଜଳ ପଶିବ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.