Latest Odisha News

BREAKING NEWS

ଅଗଷ୍ଟରେ ଭାରତକୁ ହିଟ୍‌ କରିପାରେ ତୃତୀୟ ତରଙ୍ଗ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ମହାମାରୀ ତୃତୀୟ ତରଙ୍ଗ ଅଗଷ୍ଟରେ ଭାରତରକୁ ଛୁଇଁପାରେ ଏବଂ ଅକ୍ଟୋବରରେ ଶିଖର ଛୁଇଁପାରେ ବୋଲି ଆକଳନ କରାଯାଇଛି।

ହାଇଦ୍ରାବାଦ ଏବଂ କାନପୁରରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ପ୍ରଫେସର ମଥୁକୁମାଲ୍ଲୀ ବିଦ୍ୟାସାଗର ଏବଂ ମଣିନ୍ଦ୍ର ଅଗ୍ରୱାଲଙ୍କ ନେତୃତ୍ୱରେ ଏକ ଅନୁସନ୍ଧାନକାରୀ ଦଳଙ୍କ କହିବା ଅନୁଯାୟୀ କରୋନାଭାଇରସ୍‌ର ବୃଦ୍ଧି ତୃତୀୟ ତରଙ୍ଗର କାରଣ ହୋଇପାରେ।

ସେ କହିଛନ୍ତି ଯେ କେରଳ ଏବଂ ମହାରାଷ୍ଟ୍ର ପରି ଉଚ୍ଚ ସଂକ୍ରମଣ ଥିବା ରାଜ୍ୟଗୁଡିକ ଏହାର କାରଣ ହୋଇପାରେ।

ନିକଟରେ କେନ୍ଦ୍ର କହିଛି ଯେ ଦଶଟି ରାଜ୍ୟ ନୂଆ ଦୈନିକ କରୋନା ମାମଲାରେ ବୃଦ୍ଧି କିମ୍ବା ଟେଷ୍ଟ ପଜିଟିଭିଟି ହାରରେ ବୃଦ୍ଧି ଘଟୁଛି। ଜନସମାଗମ ତଥା ଅମାନିଆ ଲୋକଙ୍କୁ ରୋକିବା ସହିତ ୧୦ ପ୍ରତିଶତରୁ ଅଧିକ ପଜିଟିଭିଟି ହାର ଥିବା ଜିଲ୍ଲାମାନଙ୍କରେ କଡା ପ୍ରତିବନ୍ଧକ ଲଗାଇବାକୁ ସରକାର ପରାମର୍ଶ ଦେଇଛନ୍ତି।

ଏହି ଦଶଟି ରାଜ୍ୟ ହେଉଛି – କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଓଡିଶା, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଏବଂ ମଣିପୁର।

 

Comments are closed.