Latest Odisha News

ଟିକା ନେଇଥିବା ଲୋକଙ୍କୁ ସପିଂ ଓ ପିଜା ଅର୍ଡର୍‌ ବେଳେ ମିଳିବ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ: ଟିକା ନେଲେ ମିଳିବ ଏସବୁ ଉଚ୍ଚମାନର ସୁବିଧା। ଟିକା ନେଇଥିବା ଲୋକଙ୍କୁ ସପିଂ ଭାଉଚର୍‌ଠୁ ଆରମ୍ଭ କରି ପିଜା ରିହାତି ଉବର ରିମାଇଣ୍ଡର୍ ପର୍ଯ୍ୟନ୍ତ ଅତିରିକ୍ତ ସୁବିଧା ପ୍ରଦାନ କରାଯିବ। ବ୍ରିଟେନରେ ଟିକା ନେଇଥିବା ଲୋକଙ୍କୁ ମିଳିବ ଏସବୁ ସୁବିଧା। ବ୍ରିଟେନ “ ଭାଉଚର୍‌ ଫର୍‌ ଭାକ୍‌କ୍ସିନ୍‌” ଭଳି ଅଫର୍‌ ପ୍ରଦାନ କରୁଛି। ଯେଉଁଥିରେ ଦେଶର ଛୋଟ ବୟସ ବର୍ଗଙ୍କ ମଧ୍ୟରେ କୋଭିଡ୍-୧୯ ଟିକାକୁ ଅଧିକ ଉତ୍ସାହିତ କରିବ ବୋଲି ଆଶା ରଖାଯାଇଛି।

ଟିକାକରଣ କରୁଥିବା ଲୋକଙ୍କୁ ଯାତ୍ରାରେ ରିହାତି ମିଳିବା ସହିତ ଖାଦ୍ୟରେ ଅର୍ଡର ସମୟରେ ଆକର୍ଷଣୀୟ ଅଫର୍‌ ମଧ୍ୟ ଦିଆଯିବ। ଟିକା କେନ୍ଦ୍ରକୁ ମାଗଣା ଲିଫ୍ଟ ଏବଂ ପୂର୍ବରୁ ଟିକା ନେଇଥିବା ଲୋକଙ୍କ ପାଇଁ ଶସ୍ତା ଫୁଡ୍‌ ଅଫର୍ ସହିତ ଟ୍ରାଭେଲ୍‌ ସମୟରେ ବି ରିହାତି ପ୍ରଦାନ କରାଯିବ। ଏହି ଯୋଜନାରେ ବ୍ରିଟେନର ବ୍ରାଣ୍ଡ୍‌ ମଧ୍ୟରେ ଉବର, ବୋଲ୍ଟ, ଡେଲିଭେରୋ ଏବଂ ପିଜା ପିଲ୍‌ଗ୍ରୀମ୍‌ସ ସାମିଲ୍‌ ଅଛନ୍ତି।

ଲୋକଙ୍କୁ ଟିକାକରଣ ଏବଂ ନିରାପଦରେ ସ୍ୱାଭାବିକ ଅବସ୍ଥାକୁ ଆଣିବାରେ ଏହା ହେଉଛି ପରବର୍ତ୍ତୀ ପଦକ୍ଷେପ ବୋଲି ଡେଲିଭରୋର ମୁଖପାତ୍ର କହିଛନ୍ତି।

Leave A Reply

Your email address will not be published.