Latest Odisha News

BREAKING NEWS

ଆନ୍ତର୍ଜାତୀୟ ଓଡ଼ିଶୀ ଉତ୍ସବର ତୃତୀୟ ସଂନ୍ଧ୍ୟା: ଦର୍ଶକଙ୍କୁ ଆକର୍ଷିତ କଲା ନୃତ୍ୟାଙ୍ଗନାଙ୍କ ଚମତ୍କାର ନୃତ୍ୟ…

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ତୃତୀୟ ଦିବସ । ପ୍ରତିଦିନ ପରି ପୂର୍ବାହ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଦଳଗତ ନୃତ୍ୟ ଯାହାକୁ ପରିବେଶଣ କରିଥିଲେ ଭୁବନେଶ୍ୱରର ମଧୁରାମ ଟ୍ରଷ୍ଟର ଶିଳ୍ପୀମାନେ । ଏକକ ନୃତ୍ୟ ପରିବେଶଣ କରିଥିଲେ ସୁନ୍ଦରଗଡ଼ର ପ୍ରିୟା କୁମ୍ପାର, ବାଙ୍ଗାଲୋରର ଚଇଥରା ଦାସେଗଉଡ଼ା, ଆମେରିକାର ପମ୍ପି ମୁଖର୍ଜୀ, ଭୁବନେଶ୍ୱର ଜି. ନାଗେଶ୍ୱରୀ, ମାଲେସିଆର ଲରେନ୍ସ, ଇସରାଏଲର ନେଓାମି ଇନା, ଭଦ୍ରଖର ଦେବଜ୍ୱୋତି ବିଶ୍ୱାଳ, ବ୍ରହ୍ମପୁରର ସ୍ମୃତିମୋୟୀ ପଟ୍ଟନାୟକ, ଖୋର୍ଦ୍ଧାର ଇତିଶ୍ରୀ ରାଏ, ଆମେରିକାର ମଲ୍ଲିକା ଜେନା; ନବରଙ୍ଗପୁରର ଇନ୍ଦ୍ରାଣୀ ହୋତା । ଦ୍ୱୈତ ନୃତ୍ୟ ପରିବେଶଣ କରିଥିଲେ ନୂଆଦିଲ୍ଲୀର ଭବ୍ୟା ଆରୋରା ଓ ଅରୁଣିମା ସମାଜପତି ଏବଂ କଟକର କେ. ସ୍ନେହା ତେଜସ୍ୱନି ଓ ମଲ୍ଲିକା ମିତ୍ର । ଦଳଗତ ନୃତ୍ୟ ପରିବେଶଣ କରିଥିଲେ ଭୁବନେଶ୍ୱରର କିସ ଓ ନମାମୀ ଅନୁଷ୍ଠାନର ଶିଳ୍ପୀମାନେ ।

ଅପରାହ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ରାଉରକେଲାର ନୃତ୍ୟାଞ୍ଜଳୀ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା । ସେମାନେ ପରିବେଶଣ କରିଥିଲେ ରାଗ ମାଲକୋଷ ଓ ବିହାଗ ଉପରେ ଅଭିନୟ ପରେ ପରେ ମୈତ୍ରୀ ମାହେଶ୍ୱରୀଙ୍କ ଦ୍ୱାରା ଅଭିନୟ ଶ୍ୟାମ ନାଗର ହେ ଶୁଖିଲା ସୁହାଗ ଲଗାନା । ତା ପରେ ନୟାଗଡ଼ର ଲୀମା ଦାସଙ୍କ ଦ୍ୱାରା ଅଭିନୟ ଦୁର୍ଗାତାଣ୍ଡବ ପରିବେଶିତ ହୋଇଥିଲା । ନୂଆଦିଲ୍ଲୀରୁ ଆସିଥିବା ନିମିଷା ଦେବୀ ଓ ଜୁନାଇ ମେହଟାଙ୍କ ଦ୍ୱାରା ଦ୍ୱୈତ ନୃତ୍ୟରେ ରାଗ ବଜ୍ରକାନ୍ତି ତାଳ ଏକତାଳୀରେ ପଲ୍ଲବୀ ପରେ ପରେ ଜାପାନର କାଜୁକ ପରିବେଶଣ କରିଥିଲେ ରାଗ ସାବେରୀ ଓ ତାଳ ଏକତାଳୀ, ଖେମଟା, ତ୍ରିପଟା ଉପରେ ନିବଦ୍ଧ ପଲ୍ଲବୀ । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା କଟକର ସୋନାଲି ଦାସଙ୍କ ଦ୍ୱାରା ଅଭିନୟ ସେ ଶ୍ୟାମ ଛଟକ ପରେ ପରେ ପ୍ରିୟଙ୍କା ଦାଶ ଓ ଜ୍ୟୋତ୍ସାରାଣୀ ପାତ୍ରଙ୍କ ଦ୍ୱାରା ରାଗ ବଜ୍ରକାନ୍ତି ଓ ତାଳ ଏକତାଳୀ ଉପରେ ନିବଦ୍ଧ ପଲ୍ଲବୀ ତା ପରେ କେନ୍ଦ୍ରାପଡ଼ାର ମଧୁସ୍ମିତା ସାହୁଙ୍କ ଦ୍ୱାରା ଅଭିନୟ ମଙ୍ଗଳେ ଅଇଲା ଉଷା ବିକଚ ରାଜୀବ ଯାହା ରାଗ ଚୋଖୀ ବୃତ୍ତ ଓ ତାଳ ଋପକ ଉପରେ ପର୍ଯ୍ୟବେସିତ ଥିଲା । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ସଂଘମିତ୍ରା ସିଂହମୁଦୁଲିଙ୍କ ଦ୍ୱାରା ଅଭିନୟ ଚାହିଁଛ ମାତ୍ର ଶିଖଣ୍ଡ ଲୋ ସଖୀ ମୁଁ ଶେଷରେ ସୁର ମନ୍ଦିର ଅନୁÂାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ବର୍ଷା ରସାନୁରାଗ ପରିବେଶିତ ହୋଇଥିଲା ।

ସଂଧ୍ୟା ଅଧିବେଶନର ଅତିଥି ଥିଲେ କେରଳ ସରକାରଙ୍କର ଅର୍ଥମନ୍ତ୍ରୀ ଡ଼. ଥୋମାସ ଆଇଜାକ, ଗୁରୁ ସୁଧାକର ସାହୁ, ଗୁରୁ ଦୁର୍ଗା ଚରଣ ରଣବୀର, ଭୁବନେଶ୍ୱର ମୁ୍ୟଜିକ ସର୍କଲ ସଂପାଦକ କ୍ଷୀରୋଦ ପଟ୍ଟନାୟକ, ମହାସଚିବ ଚିନ୍ତା ଓ ଚେତନା ସୁର ଦାସ, ସୃଜନର ନିଦେ୍ର୍ଧଶକ ଗୁରୁ ରତିକାନ୍ତ ମହାପାତ୍ର ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ସଙ୍ଗୀତା ଗୋସାଇଁ । ସଂଧ୍ୟା କାର୍ଯ‎୍ୟକ୍ରମ ଆରମ୍ଭ ହୋଇଥିଲା ନୂଆଦିଲ୍ଲୀର କବିତା ଦ୍ୱିବେଦୀଙ୍କ ଏକକ ନୃତ୍ୟ ଦ୍ୱାରା । ତାଙ୍କର ପ୍ରସ୍ତୁତିରେ ଥିଲା ଅଭିନୟ ମୋହନ ବଂଶୀ ବସ୍ତୁରୀ ତିଳକଂ ଲଲାଟ ପଟଳେ ପରେ ପରେ ଭୁବନେଶ୍ୱରର ଶ୍ରଦ୍ଧାଞ୍ଜଳୀ ରାଉଳ ପରିବେଶଣ କରିଥିଲେ ଅଭିନୟ ମୁଁହା ମୁଁହି କିଶୋର ଚନ୍ଦ୍ରମାଙ୍କର ମୋର ଆଜ ଯମୁନା କୂଳେ ଯାହା ରାଗ ବାଗେଶ୍ରୀ ଓ ତାଳ ଯତି ଉପରେ ନିବଦ୍ଧ ଥିଲା । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଭାରତୀ ମିଶ୍ରଙ୍କ ଅଭିନୟ ରାବଣକୃତ ଶିବ ତାଣ୍ଡବ ପରେ ପରେ ସୁରେନ୍ଦ୍ର ପ୍ରଧାନ ଓ ସଞ୍ଜୀବ କୁମାର ଜୋନ ଏବଂ ଭୁମିଶୁତା ସାହୁ ଓ ଅଭିଷ୍ପା ଜିତାଞ୍ଜଳୀଙ୍କ ଦ୍ୱାରା ଓଡ଼ିଶୀ ଦ୍ୱୈତ ନୃତ୍ୟ ପରିବେଶିତ ହୋଇଥିଲା । ଏକକ ନୃତ୍ୟ ପରିବେଶଣ କରିଥିଲେ ଆମେରିକାର ଦିକ୍ଷା ରଥ ଏବଂ ଅନନ୍ୟା ତ୍ରୀଦନ୍ଦମ, ଭୁବନେଶ୍ୱରର ଶୁଭଲକ୍ଷ୍ମୀ ପାଢୀ ଓ ସିଧେଶ୍ୱର ବେହେରା ଏବଂ ସଂଧ୍ୟାର ଶେଷ ପ୍ରସ୍ତୁତିଟି ଥିଲା ଦଳଗତ ନୃତ୍ୟ ଯାହାକୁ ପରିବେଶଣ କରିଥିଲେ କଟକର ବିଶ୍ୱନାଥ ସଙ୍ଗୀତାଳୟର ଶିଳ୍ପୀମାନେ । ଶିଳ୍ପୀମାନଙ୍କର ପରିବେଷଣ ଅତ୍ୟନ୍ତ ଉଚ୍ଚକୋଟିର ଏବଂ ମନମୁଗ୍ଧକର ଥିଲା ଯାହାକୁ ଦର୍ଶକ ଶେଷ ପର୍ଯ୍ୟନ୍ତ ଉପଭୋଗ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ମୃତୁ୍ୟଞ୍ଜୟ ରଥ ।

Leave A Reply

Your email address will not be published.