Latest Odisha News

BREAKING NEWS

କରୋନା ଟିକା ନେବା ପରେ ତୃତୀୟ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ; ତେଲେଙ୍ଗାନା

ନୂଆଦିଲ୍ଲୀ: ତେଲେଙ୍ଗାନାର ଅନ୍ୟ ଜଣେ ସ୍ୱାସ୍ଥ୍ୟ କର୍ମୀ ଯିଏକି ଚଳିତ ମାସ ଆରମ୍ଭରେ କୋଭିଡ-୧୯ ଟିକା ଦିଆଯାଇଥିଲା। ଜାନୁଆରୀ ୧୬ ରେ ଭାରତ ବିଶ୍ୱର ସର୍ବବୃହତ ଟୀକାକରଣ ଆରମ୍ଭ କରିବା ପରଠାରୁ ରାଜ୍ୟରେ ଏହା ହେଉଛି ତୃତୀୟ ଘଟଣା।

ମୃତକଙ୍କ ଜଣକ ୫୫ ବର୍ଷ ବୟସ୍କା ମହିଳା ସ୍ୱାସ୍ଥ୍ୟ କର୍ମୀ ବୋଲି ଜଣାପଡିଛି। ତେଲେଙ୍ଗାନାର ମାନଚେରିଆ ଜିଲ୍ଲାର କାସିପେଟ ଗାଁର ବାସିନ୍ଦା। ସ୍ୱାସ୍ଥ୍ୟ କର୍ମୀ ଜାନୁଆରୀ ୧୯ ରେ PHC କାସିପେଟରେ କରୋନାଭାଇରସ ଟିକା ନେଇଥିଲେ।

ଏହି ସପ୍ତାହ ଆରମ୍ଭରେ, ସ୍ୱାସ୍ଥ୍ୟ କର୍ମୀ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତାଙ୍କୁ ଜାନୁଆରୀ ୨୯ ରେ ମାନଚେରିଆର ମେଡିଲିଫ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ହାଇଦ୍ରାବାଦର ନିଜାମଙ୍କ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (NIMS) କୁ ପଠାଯାଇଥିଲା। ଯେଉଁଠାରେ ସେ ଜାନୁଆରୀ ୩୦ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ତେଲେଙ୍ଗାନା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ମୃତ୍ୟୁର କାରଣ କୋଭିଡ ଟିକାକରଣ କାରଣରୁ ନୁହେଁ।

Leave A Reply

Your email address will not be published.