Latest Odisha News

BREAKING NEWS

୧.୩ ଲକ୍ଷ କୋଟିରେ ୧୧୪ ଲଢ଼ୁଆ ବିମାନ କିଣିବାକୁ IAFର ପ୍ରସ୍ତୁତି

ନୂଆଦିଲ୍ଲୀ: ଆହୁରି ମଜ୍‌ଭୁତ ହେବ ଭାରତୀୟ ବାୟୁସେନା । ୧.୩ ଲକ୍ଷ କୋଟି ଟଙ୍କାର ୧୧୪ ଲଢ଼ୁଆ ବିମାନ କ୍ରୟ କରିବାକୁ ଯୋଜନା କରିଛି ଆଇଏଏଫ୍‌। ଆଗାମୀ ଏରୋ ଇଣ୍ଡିଆ ସମୟରେ ୮୩ ଏଲସିଏ ତେଜସ୍ ମାର୍କ ୧ଏ ବିମାନ କ୍ରୟ ଉପରେ ମୋହର ବାଜିବା ପରେ ଭାରତୀୟ ବାୟୁସେନା ଏବେ ମଲ୍ଟିରୋଲ୍‌ ଲଢ଼ୁଆ ବିମାନ ପରିଯୋଜନା ଉପରେ ଧ୍ୟାନ ଦେଇଛି ।

ଏଏନଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୮୩ ଏସିଏ ତେଜସ୍‌ ମିଗ-୨୧, ଫାଇଟର ଜେଟସର ୪ଟି ସ୍କ୍ବାର୍ଡନର ସ୍ଥାନ ନେବ । ଏବେ ଭାରତୀୟ ବାୟୁସେନା ୧୧୪ ଲଢ଼ୁଆ ବିମାନ କିଣିବା ଉପରେ ଲକ୍ଷ୍ୟ ରଖିଛି। ଆମେରିକା ଏଫ ୧୫ ଷ୍ଟ୍ରାଇକ୍‌ ଇଗଲ, ଏଫ-୧୮ ସୁପର ହରନେଟ୍‌ ଏବଂ ଏଫ ୧୬ ଭାରିଏଣ୍ଟକୁ ଏଏଫ-୨୧ ନାଁରେ ପ୍ରବେଶ କରାଇବ ।

ତେବେ ଭାରତୀୟ ବାୟୁସେନା ୧୧୪ ଲଢ଼ୁଆ ବିମାନ କ୍ରୟ କରିବାକୁ ଯୋଜନା କରୁଥିବା ବେଳେ ଏହାର କ୍ଷମତା ଉପରେ ନଜର ରହିବ। ଲଢ଼ୁଆ ବିମାନ ଚୟନ କରିବା ପାଇଁ ଆଇଏଏଫ ବିଭିନ୍ନ ମାପଦଣ୍ଡ ଧାର୍ଯ୍ୟ କରିଛି । ଏଥିରେ ଉଭୟ ସିଙ୍ଗଲ ଓ ଡବଲ୍‌ ଇଞ୍ଜିନ୍‌ ଫାଇଟର ଜେଟ୍‌ ସାମିଲ ରହିବ। ଏହି ୧୧୪ ବିମାନ ମେଡ୍‌ ଇନ ଇଣ୍ଡିଆ ହେବ ।

Leave A Reply

Your email address will not be published.