ଭୁବନେଶ୍ୱର: ଆଜିଠୁ ରାଜଧାନୀରେ ତୃତୀୟ ପର୍ଯ୍ୟାୟ ସେରୋଲୋଜିକାଲ୍ ସର୍ଭେ । ଆସନ୍ତା ୧୮ ତାରିଖ ଯାଏ ତିନି ଦିନ ଚାଲିବ ସର୍ବେକ୍ଷଣ । ସେରୋ ସର୍ଭା ପାଇଁ ଗଠନ କରାଯାଇଛି ୫ ଟିମ୍ । ସେମାନେ ୨୫ଟି ୱାର୍ଡକୁ ଯାଇ ରକ୍ତ ନମୁନା ସଂଗ୍ରହ କରି ଆଣ୍ଟିବଡି ପରୀକ୍ଷା କରିବେ ।
ଆରଏମଆରସି ସହଯୋଗରେ ଭୁବନେଶ୍ୱରରେ ଏହି ସେରୋ ସର୍ଭେ କରାଯାଉଛି । ଏହି ପର୍ଯ୍ୟାୟରେ ଭୁବନେଶ୍ୱରରୁ ୧୫ଶହ ଲୋକଙ୍କ ନମୁନା ସଂଗ୍ରହ କରାଯିବ । ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ବିଏମ୍ସିର ଜୋନାଲ୍ କମିଶନର ଓ ଏଲ୍ଟିମାନେ ଏହି ସର୍ଭେରେ ଆର୍ଏମ୍ଆରସିକୁ ସହଯୋଗ କରିବେ ।
Comments are closed.