Latest Odisha News

BREAKING NEWS

ଜାନକୀ ଦାସଙ୍କ ତୃତୀୟ ଗୀତି କବିତା ସଙ୍କଳନ ‘ବିଦୀର୍ଣ୍ଣ ହୃଦୟ ‘ ଉନ୍ମୋଚିତ

ପୁରୀ : ଅଗ୍ରଣୀ ସାହିତ୍ୟ ପରିଷଦ ‘ଶନିବାର ସାହିତ୍ୟ ସନ୍ଧ୍ୟା ସଂସଦ’ ଆନୁକୂଲ୍ୟରେ କବି ଜାନକୀ ଦାସଙ୍କ ତୃତୀୟ ଗୀତି କବିତା ସଙ୍କଳନ ‘ବିଦୀର୍ଣ୍ଣ ହୃଦୟ ‘ ଉନ୍ମୋଚିତ ହୋଇଯାଇଛି ।

ଉମାକାନ୍ତ ମହାପାତ୍ରଙ୍କ ପ୍ରାରମ୍ଭିକ ବକ୍ତବ୍ୟ ସହ ଆରମ୍ଭ ହୋଇଥିବା ଏହି ସାରସ୍ୱତ ସଭାରେ, ସଂସଦର ସଭାପତି ମାନସ ରଞ୍ଜନ ମହାପାତ୍ର ଯୋଗଦେଇ ଶନିବାର ସାହିତ୍ୟ ସନ୍ଧ୍ୟା ସଂସଦ ପକ୍ଷରୁ ପୁନଃ କାର୍ଯ୍ୟକ୍ରମର ଆରମ୍ଭ ପାଇଁ ନିଜର ଖୁସି ବ୍ୟକ୍ତ କରିଥିଲେ। କବି ଶ୍ରୀ ଦାସ ନିଜର ଲେଖକୀୟ ଅଭିଭାଷଣ ପ୍ରଦାନ କରିଥିଲେ ।

ଆବାହକ ବିପିନ ଦଳେଇ ସଭାର ଅଭିମୁଖ୍ୟ ପ୍ରକାଶ କରିଥିଲେ। ଏହା ସହ ଏହି ସଭାରେ କବି ଚିନ୍ମୟ ବିବେକ, ଶ୍ୟାମ ପ୍ରକାଶ ସେନାପତି, ଯୋଗେଶ ପ୍ରହରାଜ, ପ୍ରତିଷ୍ଠାତା ସଭ୍ୟ ନବରାମ ପ୍ରଧାନ, ମନମାୟୀ ରଥ, ରଜତ ମହାନ୍ତି, ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି, ଉମା ଦାସ, ପ୍ରତିମା ସୁଆର, ନିଷ୍ଠା ଦାଶ ପ୍ରମୁଖ ଯୋଗଦେଇ ଉନ୍ମୋଚିତ ପୁସ୍ତକର କବିତା ପାଠ କରିଥିଲେ। ପରିଶେଷରେ ଶ୍ୟାମ ପ୍ରକାଶ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.