Latest Odisha News

BREAKING NEWS

ତାତିରୁ ମିଳୁନି ତ୍ରାହି, ସୋନପୁର ଦେଶର ସବୁଠୁ ଦ୍ୱିତୀୟ ଉତ୍ତପ୍ତ ସହର : ୫ମ ସ୍ଥାନରେ ଭୁବନେଶ୍ୱର

ଭୁବନେଶ୍ୱର: ପ୍ରଚଣ୍ଡ ତାତିରେ ସନ୍ତୁଳି ହେଉଛି ସାରା ଓଡିଶା । ଲାଗାତାର ତୃତୀୟ ଦିନ ଲାଗି ସାରା ଓଡିଶାର ସ୍ଥାନରେ ନିଆଁ ବର୍ଷା ହୋଇଛି । ୨୮ରୁ ଅଧିକ ସ୍ଥାନର ତାପମାତ୍ରା ୪୦ ଡିଗ୍ରିୀ ଉପରେ ରହିଛି । ୪୨ ଡିଗ୍ରୀ ଉପରେ ୮ଟି ସ୍ଥାନର ତାପମାତ୍ରା ରହିଛି । ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି ।

ସୋନପୁରରେ ଗତକାଲି ତାପମାତ୍ରା ୪୩ ଦଶମିକ ୮ଡିଗ୍ରୀ ରହିଥିଲା । ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୩ ଡିଗ୍ରୀ ଛୁଇଁଛି । କଟକରେ ବି ତାପମାତ୍ରା ୪୧ ଦଶମିକ ୧ଡିଗ୍ରୀ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସୋନପୁର ଦେଶର ଦ୍ୱିତୀୟ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି । ଭୁବନେଶ୍ୱର ଏହି ତାଲିକାର ପଂଚମ ସ୍ଥାନରେ ରହିଛି ।

ଏପଟେ ଏପ୍ରିଲ ଶେଷ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବାର ସମ୍ଭାବନା ନ ଥିବା କହିଛି ପାଣିପାଗ ବିଭାଗ । ଆଜି ରାଜ୍ୟରେ ତାପମାତ୍ରା ବଢିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜନିତ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏଣୁ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରାକୁ ନ ବାହାରିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏଥିସହ ଖରାକୁ ବାହାରିଲେ ଓଦା ଗାମୁଛା, ପା‌ଣି ବୋତଲ ଓ ଛତା ନେବାକୁ ନ ଭୁଲିବାକୁ କେନ୍ଦ୍ର ପକ୍ଷରୁ ସଚେତନ କରାଯାଇଛି । ଅନ୍ୟପଟେ ଆସନ୍ତା ୨ ଦିନରେ ଆଭ୍ୟନ୍ତର ଓଡ଼ିଶାର ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି କେନ୍ଦ୍ର ସୂଚନା ଦେଇଛି ।

 

Leave A Reply

Your email address will not be published.