Latest Odisha News

ଅଗଷ୍ଟରେ ଆସିବ ତୃତୀୟ ଲହର!

ନୂଆଦିଲ୍ଲୀ: ମାରାତ୍ମକ କୋଭିଡ-୧୯ର ଦ୍ୱିତୀୟ ତରଙ୍ଗ ସାରା ଦେଶରେ ହଜାର ହଜାର ଲୋକଙ୍କ ଜୀବନ ନେଇସାରିଲାଣି। ସଦ୍ୟ ରିପୋର୍ଟ ଅନୁଯାୟୀ ତୃତୀୟ ତରଙ୍ଗ ଆସନ୍ତା ମାସରେ ଅଗଷ୍ଟ ମାସରେ ଭାରତକୁ ଛୁଇଁପାରେ।

ଏସବିଆଇ ରିସର୍ଚ୍ଚ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆସନ୍ତା ମାସରେ ଭାରତ ଛୁଇଁପାରେ କରୋନ‌ା ତୃତୀୟ ଲହର। ଏହାସହିତ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଶିଖର ଛୁଇଁପାରେ କରୋନା।

ଏସବିଆଇ ରିପୋର୍ଟରେ କୁହାଯାଇଛି ଯେ “ବର୍ତ୍ତମାନର ତଥ୍ୟକୁ ଦୃଷ୍ଟିରେ ରଖି ଜୁଲାଇ ମାସର ଦ୍ବିତୀୟ ସପ୍ତାହ ବେଳକୁ ଭାରତରେ ପ୍ରାୟ ୧୦,୦୦୦ ମାମଲା ରିପୋର୍ଟ ହୋଇପାରେ ଏବଂ ଅଗଷ୍ଟ ବେଳକୁ ଏହି ମାମଲା ପୁଣି ବଢିପାରେ।

Comments are closed.